ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛ ଜଣାଇଲେ ବିଶ୍ୱ ନେତୃବୃନ୍ଦ
ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଲ୍ ମାକ୍ରନ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଟ୍ରମ୍ପ୍' ନୂଆଦିଲ୍ଲୀ ଓ ୱାଶିଂଟନ୍କୁ ବିଶ୍ୱର ପୁରାତନ ଓ ସର୍ବବୃହତ୍ ଗଣତାନ୍ତ୍ରିକ ବ୍ୟବସ୍ଥା ଭାବେ ଅଭିହିତ କରିବା ସହିତ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିଷ୍ଣୁ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଚୀନ ରାଷ୍ଟ୍ରପତି ତାଙ୍କର ଭାରତୀୟ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଅଭିନନ୍ଦନ ବାର୍ତ୍ତାରେ' ଉଭୟ ଦେଶ ମଧ୍ୟରେ ଗତ କିଛିବର୍ଷ ମଧ୍ୟରେ ସମ୍ପର୍କରେ ହୋଇଥିବା ଉନ୍ନତି ଉପରେ ଆଲୋକପାତ କରିଛନ୍ତି ।

ଏହାଦ୍ୱାରା ଉଭୟ ଦେଶ ଏବଂ ଦେଶବାସୀଙ୍କର ମୌଳିକ ସ୍ୱାର୍ଥ ବଜାୟ ରହିବ ବୋଲି ଉଲ୍ଲେଖ କରିଛନ୍ତି । ବିଶେଷକରି ବିଶ୍ୱରେ ଶାନ୍ତି ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଭାରତ ଓ ଚୀନ୍ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରେ ବୋଲି ଚୀନ୍ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ମାକ୍ରନ୍' ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଜର ଅଭିନନ୍ଦନ ବାର୍ତ୍ତା ଏବଂ ୨୦୨୪ ମସିହାରେ ୭୫ତମ ଭାରତୀୟ ଗଣତନ୍ତ୍ର ଦିବସ ପାଳନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନିଆଯାଇଥିବା ସେଲ୍ଫିକୁ ମଧ୍ୟ ଶେୟାର କରିଛନ୍ତି ।












Click it and Unblock the Notifications