World Health Day 2025: ଆଜି ବିଶ୍ବ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଜୀବନଯାପନ ସଭିଙ୍କ ପାଇଁ ଜରୁରୀ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ 7 ତାରିଖରେ ପାଳନ କରାଯାଇଥାଏ । ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସୁସ୍ଥ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା ଆଜି ଦିନର ମୂଳ ଉଦ୍ଦେଶ୍ୟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିଷ୍ଠା ଦିବସକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାକୁ ଏବଂ ପରସ୍ପରଠାରୁ କିଛି ଶିଖିବା ପାଇଁ ପ୍ରୋତ୍ସିହିତ କରିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ଦିବସର ଇତିହାସ : 1948 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପ୍ରତିଷ୍ଠା ହୋଇଥିଲା । ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ କରିଥାଆନ୍ତି । ପ୍ରଥମେ 1950 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା । ମ୍ୟାଲେରିଆ, ଏଚ୍‌ଆଇଭି ଏଡସ୍, କର୍କଟ ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଏହି ଦିନ ସଚେତନତା ସୃଷ୍ଟି କରିଥାଏ । ଏହି ଦିନ ଲୋକଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥାଏ । ଯେଉଁଥିରେ ନିୟମିତ ବ୍ୟାୟାମ, ସୁସ୍ଥ ଖାଦ୍ୟ ଏବଂ ତମାଖୁ ଏବଂ ମଦ୍ୟପାନରୁ ନିବୃତ୍ତ ରହିଥାଏ ।

World Health Day

ବିଶ୍ବ ସ୍ବାସ୍ଥ୍ୟ ଦିବସର ମହତ୍ତ୍ବ: ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା ବିଶ୍ବ ସ୍ବାସ୍ଥ୍ୟ ଦିବସର ମହତ୍ତ୍ବ ଅଟେ । ଏହି ଦିନ ଆମକୁ ସ୍ମରଣ କରାଏ ଯେ, ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଏହା ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥତା ଅଟେ । ଏହି ଦିନ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ । ଆଜିର ଦିନରେ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+