ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ
ରଥଯାତ୍ରା ପାଇଁ ପଡୁଛି ଉଠୁଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ଟଣା ନୀତି। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।
ପୁରୀ: ଆଜି ପବିତ୍ର ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେଉଛି ମହାମିଳନ । ରଥଯାତ୍ରା ପାଇଁ ପଡୁଛି ଉଠୁଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ଟଣା ନୀତି। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

ରଥଯାତ୍ରା ଅବସରରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ୱିଟ୍ କରି କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ । ରଥଯାତ୍ରା ଆମ ସଂସ୍କୃତିରେ ଏକ ଗୁରୁତ୍ବବହନ କରିଛି । ମନ୍ କି ବାତରେ ରଥଯାତ୍ରାର ମହତ୍ତ୍ୱ ବାଣ୍ଟିଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।
Greetings on the special day of Rath Yatra. We pray to Lord Jagannath for his constant blessings. May we all be blessed with good health and happiness.
Sharing what I had spoken about the Rath Yatra and the importance of a Yatra in our culture during the recent #MannKiBaat. pic.twitter.com/RnREC22ACQ
— Narendra Modi (@narendramodi) July 1, 2022
ଏଥସହ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତିଟି ଓଡ଼ିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।
ପ୍ରସିଦ୍ଧ #ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି।#ରଥଯାତ୍ରା୨୦୨୨ #RathYatra #ଜୟଜଗନ୍ନାଥ pic.twitter.com/YO7clBmtsu
— Governor Odisha (@GovernorOdisha) July 1, 2022












Click it and Unblock the Notifications