World Cup Final: ଭାରତ-ଅଷ୍ଟ୍ରେଲିଆର ଫାଇନାଲ୍ ଫାଇଟ୍: ବିଜୟ ପାଇଁ ଚାଲିଛି ହୋମଯଜ୍ଞ ଏବଂ ପୂଜାର୍ଚ୍ଚନା
World Cup 2023: ଆଜି ବିଶ୍ୱକପର ଫାଇଲନାଲ୍ ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଚାଲିଥିବା ଏହି ରୋନାଞ୍ଚକ ମ୍ୟାଚ୍ ଦେଖିବା ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ଭିଡ଼ ଷ୍ଟାଡିୟରେ ଦେଖିବାକୁ ମିଳିଛି । ସେହିପରି ମ୍ୟାଚ୍ ଜିତିବା ପାଇଁ ଭାରତକୁ କଠିନ୍ ପରିଶ୍ରମ କରିବାକୁ ପଡୁଛି ହେଲେ ବିଜୟ ପାଇଁ ଚେଷ୍ଟା ଜାରି ରହିଛି ।
ବର୍ତ୍ତମାନ ଚିନ୍ତାର ମାହୋଲ ମଧ୍ୟରେ ଟିମ୍ ଇଣ୍ଡିଆର ବିଜୟ ପାଇଁ ସାରା ଦେଶରେ ଚାଲିଛି ହୋମଯଜ୍ଞ, ପୂଜାର୍ଚ୍ଚନା । ବିହାରର ବିଭିନ୍ନ ଜିଲ୍ଲାରେ ଭାରତ ଜିତିବା ପାଇଁ ପୂଜାର୍ଚ୍ଚନା ଏହଂ ହୋମଯଜ୍ଞ କରାଯାଉଛି । ଲୋକମାନେ ପ୍ରାର୍ଥନା କରୁଛନ୍ତି ଯେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତି ଦେଶର ପାଇଁ ଆଉ ଏକ ରେକର୍ଡ ସୃଷ୍ଟି କରୁ ।

ଭାରତର ବିଜୟ ପାଇଁ ବିହାରର ରୋହତସ୍ ଜିଲ୍ଲାରେ ହୋମଯଜ୍ଞ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ବିଶାଳ ହୋର୍ଡିଂ ଲଗାଇ ଲୋକମାନେ ଭାରତର ବିଜୟ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ଏବଂ ଆଶୀର୍ବାଦ ଲୋଡିଥିଲେ। ସେହିପରି ବିକ୍ରମଗଞ୍ଜର ଡିଭାଇନ୍ ପବ୍ଲିକ୍ ସ୍କୁଲ୍ ପରିସରରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି ।
ଏହି କାର୍ଯ୍ୟକ୍ରମ ସମୟରେ ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ବିଶାଳ ହୋର୍ଡିଂ ଲଗାଯାଇଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ପୁଣି ଥରେ ବିଶ୍ୱ ଚାମ୍ପିଅନ୍ ହେବାକୁ ଯାଉଛି। ଭାରତୀୟ କ୍ରିକେଟ୍ ଦଳର ବିଜୟରେ ଯେପରି କୌଣସି ବାଧାବିଘ୍ନ ନ ସୃଷ୍ଟି ହେଉ ସେଥିପାଇଁ ଆମେ ପ୍ରାର୍ଥନା ଓ ହୋମଯଜ୍ଞ କରୁଛୁ ।
ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ପୁଣି ବିଶ୍ୱ ଚାମ୍ପିୟନ ହେବ । କ୍ରିକେଟ୍ ପ୍ରେମୀମାନେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ଜିତିବା ପର୍ଯ୍ୟନ୍ତ ହୋମଯଜ୍ଞ-ପୂଜାର୍ଚ୍ଚନା ଜାରି ରହିବ। ଭାରତୀୟ କ୍ରିକେଟ୍ ଦଳର ବିଜୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଲୋକେ କହିଛନ୍ତି । ସମସ୍ତେ ଅତ୍ୟଧିକ ଉତ୍ସାହର ସହ ପୂଜାର୍ଚ୍ଚନା କରୁଛନ୍ତି ।












Click it and Unblock the Notifications