ଆଜି ବିଶ୍ୱ କର୍କଟ ଦିବସ , କର୍କଟ ରୋଗୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ
ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ । କ୍ୟାନସର ବା କର୍କଟ ହେଉଛି ପ୍ରାଣଘାତୀ ରୋଗ । ଦେଶରେ ଏହି ରୋଗରେ ସର୍ବାଧିକ ଲୋକଙ୍କର ଜୀବନ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ୟାନସର ଦିବସ । ଲୋକଙ୍କୁ ସଠିକ ଭାବେ ସଚେତନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ।
ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଏହି ରୋଗଠାରୁ ଦୂରେଇ ରହିବା ସହ ଏହାକୁ ପରାସ୍ତ କରିବା ନେଇ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା। ବିଶ୍ୱରେ କର୍କଟ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ୨୦୨୦ରେ ଏହି ମୃତ୍ୟୁ ହାର ପ୍ରାୟ ୧ କୋଟି ଛୁଇଁଥିଲା। ସେହିପରି ଭାରତରେ ମଧ୍ୟ ୨୦୨୨ରେ କର୍କଟ ରୋଗଜନିତ ମୃତ୍ୟୁ ହାର ୧୯ ରୁ ୨୦ ଲକ୍ଷ ଥିଲା।
ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ। ଏହି ମାରାତ୍ମକ ରୋଗ ବିରୋଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି । ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଭୁଲ ଧାରଣା ରହିଛି । ଯାହାକୁ ଦୂରେଇ ସଚେତନ ହେବାର ଆବଶ୍ୟକତା ରହିଛି ।

ଏବେ ବିଶେଷକରି ରକ୍ତ, ମୁଖ ଗହ୍ୱର ଓ ଜରାୟୁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଓଡ଼ିଶାରେ କ୍ୟାନସର ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରୋଗର ନିରୂପଣ ଓ ସଫଳ ଚିକିତ୍ସା ପାଇଁ ଉପଲବ୍ଧ ରହିଛି ବ୍ୟବସ୍ଥା । ପେଟ୍ ସିଟିସ୍କାନ, ଏମଆରଆଇ ମେସିନ ଆଦି ସହଜରେ ଉପଲବ୍ଧ ହେଉଛି ।












Click it and Unblock the Notifications