ଏହି ସବୁ ହେଉଛି ବ୍ରେନ ଟ୍ୟୁମର ଲକ୍ଷଣ, କରନ୍ତୁ ନାହିଁ ଅଣ ଦେଖା; ନଚେତ୍...

World Brain Tumor Day: ଆଜି ହେଉଛି 'ୱାଲର୍ଡ ବ୍ରେନ ଟ୍ୟୁମର ଡେ' ବା 'ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ '। ପ୍ରତିବର୍ଷ ଜୁନ୍ ୮ ତାରଖକୁ ବ୍ରେନ୍ ଟ୍ୟୁମର ଦିବସ (World Brain Tumor Day) ଭାବେ ପାଳନ କରାଯାଏ । ଏହି ଦିବସରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ପାଳନ କରାଯାଏ । ତେବେ ଏହି ବ୍ରେନ ଟ୍ୟୁମର ରୋଗ କଣ, ଏହାର ଲକ୍ଷଣ କଣ ?

ବ୍ରେନ ଟ୍ୟୁମର ରୋଗ କଣ ?

ପିଲାଠାରୁ ବୁଢ଼ା-ସମସ୍ତେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ହୋଇ ପାରନ୍ତି । ମହିଳାମାନଙ୍କ ଅପେକ୍ଷା ବେଶୀ ଆକ୍ରାନ୍ତ ହୋଇଥାନ୍ତି ପୁରୁଷମାନେ । ତେବେ ବ୍ରେନ୍‌ ଟ୍ୟୁମର କହିଲେ ଆମେ ସାଧାରଣତଃ ବ୍ରେନ୍‌ କ୍ୟାନ୍‌ସରକୁ ହିଁ ବୁଝିଥାଉ । ଖପୁରି ପରିବେଷ୍ଟିତ ହୋଇଥିବାରୁ ବ୍ରେନରେ ଟ୍ୟୁମର ହେଲେ ବ୍ରେନ୍‌ଟି ପ୍ରସାରି ହେବାର ବାଟ ନ ଥାଏ ।

World Brain Tumor Day

ଫଳରେ ଟ୍ୟୁମରର ଅବସ୍ଥିତି ଯୋଗୁଁ ବ୍ରେନ୍‌ରେ ଚାପ ବଢ଼ି ବଢ଼ି ଯାଏ। ପ୍ରକାଶପାଏ ଭୀଷଣ ମୁଣ୍ଡ ବ୍ୟଥା, ବାନ୍ତି, ଆଖିକୁ ଭଲ ଦେଖା ଯାଏନା, କାନରେ ଭଲ ଶୁଣିହୁଏନି । ରୋଗୀ ସ୍ବଚ୍ଛନ୍ଦରେ ଚଲାବୁଲା କରି ନ ପାରି ଟଳଟଳ ହୁଏ । ଭଲ ଭାବରେ କଥା କହିପାରେନି । କୌଣସି କଥା ମନେରଖି ପାରନି। ପରିଲକ୍ଷିତ ହୁଏ ମାନସିକ ଅସ୍ଥିରତା । ମସ୍ତିଷ୍କର କେଉଁ ସ୍ଥାନରେ ଟ୍ୟୁମର ହୋଇଛି ତାହା ଉପରେ ହିଁ ଲକ୍ଷଣମାନ ନିର୍ଭର କରିଥାଏ ।

ବ୍ରେନ୍ ଟ୍ୟୁମର ହେବାର ଲକ୍ଷଣ ?

ବ୍ରେନ୍ ଟ୍ୟୁମର ହେବାର ଲକ୍ଷଣ ପ୍ରଥମେ ସ୍ମରଣଶକ୍ତି ହ୍ରାସ ପାଇବା କୌଣସି କଥା ମନେ ନ ରହିବା । ଏହାସହ ବାରମ୍ବାର ମୁଣ୍ଡ ବିନ୍ଧା ହେବା ଚାଲିବାରେ ହାଲିଆ ଅନୁଭବ କରିବା ଇତ୍ୟାଦି । ସେହିପରି ସବୁବେଳେ ବାନ୍ତି ଲାଗିବା କିମ୍ବା ମଥା ଝାଙ୍କି ପଡ଼ିବା ମଧ୍ୟ ବ୍ରେନ୍‌ ଟ୍ୟୁମରର ସଙ୍କେତ ।

ଅନ୍ୟ ସବୁ ସ୍ୱଭାବରେ ପରିବର୍ତ୍ତନ ଦେଖାଦେବା ଯେପରିକି କଥା କହିବା ବେଳେ ଥଙ୍ଗେଇବା, ଶୁଣିବା ଓ ଦୃଷ୍ଟିଶକ୍ତିରେ ସମସ୍ୟା ଦେଖାଦେବା ହଠାତ୍ ଶରୀରର ମାଂସପେଶୀ ବୃଦ୍ଧି ପାଇବାକୁ ଲାଗିଲେ ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ସମସ୍ୟା ବ୍ରେନ୍ ଟ୍ୟୁମରର ପ୍ରାଥମିକ ଲକ୍ଷଣ ।

ବ୍ରେନ ଟ୍ୟୁମର ଚିକିତ୍ସା:

ବ୍ରେନ୍ ଟ୍ୟୁମରରେ କ୍ୟାନ୍ସରର କୋଷିକାଗୁଡିକ ବ୍ରେନ୍ ପାଖରେ ବଢ଼ିବାକୁ ଲାଗନ୍ତି । ଯାହା ମସ୍ତିଷ୍କର ଟିସୁ ସବୁକୁ ନଷ୍ଟ କରିବାରେ ଲାଗନ୍ତି । ତେବେ ବ୍ରେନ୍ ଟ୍ୟୁମର ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିଥାଏ ଯାହାକୁ ମେଟାଷ୍ଟାଟିକ୍ କୁହାଯାଏ । ବ୍ରେନ୍ ଟ୍ୟୁମର ଛୋଟରୁ ବଡ଼ ଆକାରରେ ହୋଇପାରେ । ଏହାର ଚିକିତ୍ସା ମଧ୍ୟ ଏହାର ଆକାର ଏବଂ ପରିସ୍ଥିତି ଉପରେ ନିର୍ଭର କରିଥାଏ । କିମୋଥେରାପି, ରେଡିଏସନ ଥେରାପି, ସର୍ଜରୀ ଆଦି ବିଭିନ୍ନ ଉପାୟରେ ଭଲ କରାଯାଇପାରିବ । ସମୟ ପୂର୍ବରୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ।

ବ୍ରେନ ଟ୍ୟୁମର କାରଣ କଣ ?

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଗାମୀ ୫-୧୦ ବର୍ଷ ମଧ୍ୟରେ ପ୍ରମାଣିତ ହେବ ଯେ ଅତ୍ୟଧିକ ମୋବାଇଲ୍ ଫୋନ୍ ଏବଂ ଡିଜିଟାଲ ସ୍କ୍ରିନ ବ୍ୟବହାର ଦ୍ୱାରା ମସ୍ତିଷ୍କରେ ଟ୍ୟୁମର ମାମଲା ବୃଦ୍ଧି ପାଉଛି । ଏହା ବ୍ୟତୀତ ଚାପଗ୍ରସ୍ତ ଜୀବନଶୈଳୀ, ପ୍ରଦୂଷଣ ଏବଂ ଅନାବନା ଖାଦ୍ୟ-ପାନୀୟ ମଧ୍ୟ ମସ୍ତିଷ୍କ ଟ୍ୟୁମର ହେବାର କାରଣ ଅଟେ ।

ଅନ୍ୟପଟେ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର ମାମଲା। ଆସନ୍ତା ୨୦୨୫ ମଧ୍ୟରେ ୩୬,୨୫୮ ବ୍ରେନ ଟ୍ୟୁମର ମାମଲା ବୃଦ୍ଧି ଘଟିବ ବୋଲି ଆକଳନ କରାଯାଉଛି। ଆମେ ଯଦି ୨୦୨୦ ରିପୋର୍ଟକୁ ଲକ୍ଷ କରିବା ତେବେ ୩୨,୭୨୯ ମସ୍ତିଷ୍କ ଟ୍ୟୁମର ମାମଲା ସାମ୍ନାକୁ ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+