ବିଶ୍ବ ସାଇକେଲ ଦିବସ: ରଖିବ ପଲ୍ୟୁସନ ଫ୍ରି ଓ ଫିଟ୍
ସୁସ୍ଥ ରହିବା ପାଇଁ ବ୍ୟସ୍ତ ବହୁଳ ଜୀବନ ଭିତରେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି ଲୋକେ । ତା ମଧ୍ୟରୁ ସାଇକେଲ ଚଳାଇବା ଏକ ଭଲ ଅଭ୍ୟାସ । ସାଇକେଲ ଚଳାଇବା ଦ୍ବାରା ଫିଟ ଓ ପଲ୍ୟୁସନ ଫ୍ରି ଜୀବନ ବିତାଇ ପାରିବେ ଆପଣ। ତେବେ ଛୋଟ ପିଲା ଏବଂ ଯୁବଗୋଷ୍ଠୀଙ୍କୁ ଅଧିକ ଉତ୍ସ
ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ବ୍ୟସ୍ତ ବହୁଳ ଜୀବନ ଭିତରେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି ଲୋକେ । ତା ମଧ୍ୟରୁ ସାଇକେଲ ଚଳାଇବା ଏକ ଭଲ ଅଭ୍ୟାସ । ସାଇକେଲ ଚଳାଇବା ଦ୍ବାରା ଫିଟ ଓ ପଲ୍ୟୁସନ ଫ୍ରି ଜୀବନ ବିତାଇ ପାରିବେ ଆପଣ। ତେବେ ଛୋଟ ପିଲା ଏବଂ ଯୁବଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ପାଳନ କରାଯାଏ ସାଇକେଲ ଦିବସ । ତେବେ ପ୍ରତ୍ୟେକ ବର୍ଷ ଜୁନ 3 ତାରିଖକୁ ସାଇକେଲ ଦିବସ ଭାବେ ପାଳନ କରାଯାଏ । ସାଇକେଲର ବ୍ୟବହାର ବୃଦ୍ଧି କରାଇବା ନେଇ ମିଳିତ ଜାତିସଂଘ ଏହି ଦିନକୁ ବିଶ୍ବ ସାଇକେଲ ଦିବସ ରୂପେ ଘୋଷଣା କରିଛି ।

ପୂର୍ବରୁ ଯାତାୟତ ପାଇଁ ସାଇକେଲର ବହୁଳ ବ୍ୟବହାର କରାଯାଉଥିଲା। ମଟର ସାଇକଲ ଆସିବା ପରେ ସାଇକଲ୍ର ବ୍ୟବହାର କମ ହୋଇଯାଇଛି । କିନ୍ତୁ ସାରା ବିଶ୍ବରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ ଯେଉଁଠି ଆଜିବି ସାଇକେଲ୍ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ୍ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାଇକେଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତି।
ସାଇକଲକୁ ଓଡ଼ିଆରେ ଆଗରୁ "ଶୁନଗାଡ଼ି" କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ । ଏହି ସାଇକେଲଟି ଯେତେବେଳେ ନିର୍ମାଣ ହେଲା ତାହା ଦେଖିବାକୁ ବର୍ତ୍ତମାନର ଏକ ସ୍କେଟବୋର୍ଡ଼ ପରି ଥିଲା । 1791ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ 1817 ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା "ଡ୍ରେସିନେ" । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ଏହାକୁ ସେତେବେଳେ 'କାଠଘୋଡା' ବୋଲି କହୁଥିଲେ ।
1818ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମଥର ଲାଗି ଦେଖିଥିଲେ, କିନ୍ତୁ ଏହା ସେତେବେଳେ ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । 1839ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା ।












Click it and Unblock the Notifications