ଆଗକୁ ଗ୍ରୀଷ୍ମ ପ୍ରବାହ ଭୟଙ୍କର ସ୍ଥିତି ଧାରଣ କରିବା, ଚେତାବନୀ ଦେଲା ବିଶ୍ବବ୍ୟାଙ୍କ

ତାତି, ଗ୍ରୀଷ୍ମ ପ୍ରବାହ ନେଇ ବିଶ୍ବବ୍ୟାଙ୍କର ଚେତାବନୀ । ଜଳବାୟୁ ଯନ୍ତ୍ରଣା ଆଗକୁ ଅସହ୍ୟ ହେବ ବୋଲି ଚେତାଇ ଦେଇଛି ବିଶ୍ବବ୍ୟାଙ୍କ । ଜଳବାୟୁ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ କେହି ଏଥିରୁ ନିସ୍ତାର ପାଇବେନାହିଁ ।

World Bank

ବିଶ୍ବବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁ ଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭୂତ କରିଛନ୍ତି । ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ବାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ ବୋଲି ଆକଳନ କରିଛି ବିଶ୍ବ ବ୍ୟାଙ୍କ । ବିଶ୍ବବ୍ୟାଙ୍କ ଜଣାଇଛି ଯେ ଦକ୍ଷିଣ ଏସିଆରେ ୯୦ ପ୍ରତିଶତରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହେବେ । ଗ୍ରୀଷ୍ମ ପ୍ରବାହ ଚରମସୀମାରେ ପହଞ୍ଚିବ । ୨୦୩୦ ସୁଦ୍ଧା ପ୍ରତି ୫ ଜଣରୁ ଜଣେ ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବେ । ଆସନ୍ତା ବର୍ଷମାନଙ୍କରେ ଏହି ଅଞ୍ଚଳର ୮୯ ପ୍ରତିଶତ ଲୋକ ପ୍ରବଳ ଭୀଷଣ ଗରମ ଅନୁଭବ କରିବେ । ୨୨ ପ୍ରତିଶତ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହେବେ । ଗରିବ ଓ ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିବ ।

ଜଳବାୟୁ ପରିବର୍ତ୍ତନ ଦ୍ବାରା ମାନବ ପୁଞ୍ଜି ଓ ସମ୍ପତ୍ତି ନଷ୍ଟ ହେବ । ଲୋକମାନଙ୍କର ଆୟ ହ୍ରାସ ପାଇବ । ଏହି ଗୁରୁତର ସଙ୍କଟ ପୂର୍ବରୁ ଯଦି ଲୋକମାନଙ୍କୁ ଆଗୁଆ ସତର୍କ ସୂଚନା ମିଳିବ, ତେବେ ସେମାନେ ପଦକ୍ଷେପ ନେଇପାରିବେ ବୋଲି ବିଶ୍ବବ୍ୟାଙ୍କ କହିଛି । ବିଶେଷ କରି ସମ୍ବେଦନଶୀଳ ଉପକୂଳ ଅଞ୍ଚଳ ଓ ନଦୀର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ବାତ୍ୟା ଓ ବନ୍ୟାର ଆଗୁଆ ସୂଚନା ଜରୁରି । କିନ୍ତୁ ଏହି ଅଞ୍ଚଳର ଅଧାରୁ ଅଧିକ ଲୋକଙ୍କ ପାଖରେ ସେହି ସତର୍କ ସୂଚନା ପହଞ୍ଚୁନଥିବାରୁ ବିଶ୍ବବ୍ୟାଙ୍କ ଚିନ୍ତା ପ୍ରକାଶ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+