ଆଜି ବିଶ୍ବ ଏଡସ୍ ଦିବସ, ଥିମ୍ ରହିଛି- ‘ସଠିକ୍ ମାର୍ଗ ଆପଣାନ୍ତୁ; ମୋ ସ୍ବାସ୍ଥ୍ୟ, ମୋ ଅଧିକାର’
ଆଜି ବିଶ୍ବ ଏଡସ୍ ଦିବସ । ଏଡସକୁ ନେଇ ସଚେତନତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଏ । ପ୍ରତିବର୍ଷ ଭଳି ଏଥର ଡିସେମ୍ବର ୧, ୨୦୨୪ରେ ଏଡ୍ସ ଦିବସ ପାଳନ ହେଉଛି । ୨୦୨୪ରେ ଏହି ଦିବସ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଥିମ୍ ରଖାଯାଇଛି । ଏହି ଥିମ ହେଉଛି 'World AIDS Day 2024: Take the rights path: My health, my right!' ।

ଏଚ୍ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍ସ ଜନିତ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଲୋକମାନଙ୍କ ପାଇଁ ଏହା ଏକ ସୁଯୋଗ ଆଣିଥାଏ । ୧୯୮୮ ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ ଆନୁଷ୍ଠାନିକ ଦିବସ ରୂପେ ଘୋଷଣା କରିଥିଲା।












Click it and Unblock the Notifications