ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ; ରାଷ୍ଟ୍ରପତି
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବାରୁ କର୍ମକ୍ଷେତ୍ରରେ ଅଧିକ ମହିଳାଙ୍କର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ନୂଆଦିଲ୍ଲୀରେ ଆଜି 'ନାରୀ ଶକ୍ତି ଦ୍ୱାରା ବିକଶିତ ଭାରତ' ଦୁଇଦିନିଆ ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ସମାଜର ପ୍ରଗତି ଏବଂ ସାମର୍ଥ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବା ଲାଗି ଦେଶରେ ଏକ ସହାୟକ ବାତାବରଣ ସୃଷ୍ଟି କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରରେ ମହିଳାଙ୍କ ସଶକ୍ତୀକରଣ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

'ନାରୀଶକ୍ତି ବନ୍ଦନ' ଅଭିଯାନ ମାଧ୍ୟମରେ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରାଜନୈତିକ ସଶକ୍ତୀକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଲକ୍ଷପତି ଦିଦି, ନମୋ ଡ୍ରୋନ୍ ଦିଦି ଭଳି ଯୋଜନା ବିଭିନ୍ନ ସ୍ତରରେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି ଏବଂ ନୂତନ ଶିଖର ଛୁଇଁବାରେ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ସମାଜରେ ମହିଳାଙ୍କର ଅବଦାନକୁ ସମ୍ମାନ ଦେବା ଏବଂ ଲିଙ୍ଗଗତ ସମାନତାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ରାଷ୍ଟ୍ରପତି ଏ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଆଲୋଚନା ବୈଠକ ଏବଂ ବୈଷୟିକ ଅଧିବେଶନ ଆଦି ଅନୁଷ୍ଠିତ ହେଉଛ












Click it and Unblock the Notifications