ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ମହିଳା ସଂରକ୍ଷଣ ବିଲ

Women's Reservation Bill: ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ । ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ । ଦିନ ୧୧ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅର୍ଥାତ୍ ୭ ଘଣ୍ଟା ଧଲି ବିତର୍କ ଜାରି ରହିବ । ଆସନ୍ତାକାଲି ଶେଷ ଦିନ ଥିବାରୁ ଏହି ବିଲକୁ ଆଜି ପାରିତ କରାଯିବା ପାଇଁ ପ୍ରୟାସ କରିଯିବ । ବିଜେପିରୁ ୧୪ ଜଣ ଏବଂ କଂଗ୍ରେସରୁ ୪ ଜଣ ମହିଳା ସାଂସଦ ଏହି ବିତର୍କରେ ସାମିଲ ହେବେ । ଆଜି ଶାସକ ଦଳ ପକ୍ଷରୁ ଗୃହରେ ପ୍ରଥମେ ଜେପି ନଡ୍ଡା ଅଭିଭାଷଣ ରଖିବେ ।

Womens Reservation Bill

ତେବେ ଏହି ବିଲ୍ ପାରିତ ହେଲେ ମହିଳଆମାନେ ଉଭୟ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ । ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରଥିବା ବେଳେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲକୁ ଲୋକସଭାରେ ଆଗତ କରିଥିଲେ । ଏହି ବିଲର ନାମ ଦିଆଯାଇଛି 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ।

ମହିଳା ସଂରକ୍ଷଣ ବିଲ୍ ନେଇ ବିଜେପି ନେତା କୈଳାଶ ବିଜୟବର୍ଗିୟ କହିଛନ୍ତି, "2014 ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚିତ ହୋଇଥିଲେ ସେତେବେଳେ ସେ କହିଥିଲେ ଯେ ସେ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରିବେ । ସେ ଯାହା କରିଛନ୍ତି ତାହା କରିଛନ୍ତି । ଏହି ବିଲ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ମହିଳା ସଶକ୍ତିକରଣ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ରାଜନୈତିକ ତଥା ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଅଭିନନ୍ଦନ ଜଣାଉଛି।

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାପରେ ଜାତୀୟ ସମ୍ମିଳନୀ ସଭାପତି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହା ଏକ ଐତିହାସିକ ଦିନ । ମହିଳାମାନେ ସଂସଦକୁ ଆସି ଦେଶକୁ ଆହୁରି ମଜବୁତ କରିବେ । ମହିଳା ସଂରକ୍ଷଣ ବିଲ୍ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ସୁଷମା ସ୍ୱରାଜ କହିଥିଲେ ମହିଳାଙ୍କ ପ୍ରତିନିଧିତ୍ୱ ବିନା ଏହି ବିକାଶ ଯାତ୍ରା ଅସମ୍ପୂର୍ଣ୍ଣ ଅଟେ ।

ସୂଚନାଥାଉ ଯେ, ଗତକାଲି ଲୋକସଭାବେ ପାରିତ ହୋଇଛି ଏହି ବିଲ୍ । ମହିଳା ଆରକ୍ଷଣ ବିଲ୍ କୁ 454 ଜଣ ସମର୍ଥନ କରିଛନ୍ତି । ସେହିଭଳି 2 ଟି ଭୋଟ୍ ଏହା ବିରୋଧରେ ପଡ଼ିଛି । ଦୁଇ-ତୃତାୟାଂଶ ଆଧାରରେ ଏହାକୁ ବହୁମତ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+