ମହିଳା ରେସଲରଙ୍କୁ ଯୌନ ନିର୍ଯ୍ୟାତନା ମାମଲା: ଅପରାହ୍ନ ୪ ଟା ପରେ ସାମ୍ବାଦିକ ସମ୍ମିଳନୀ କରିବେ ବ୍ରିଜ ଭୂଷଣ ଶରନ ସିଂହ

ମହିଳା ରେସଲରଙ୍କୁ ଯୌନ ନିର୍ଯ୍ୟାତନା ଓ ପୁରୁଷ ରେସଲରଙ୍କୁ ମାଡ଼ ମାରିବା ଘଟଣା । ଆଜି ଅପରାହ୍ନ ୪ ଟା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହ । ନିଜ ଜିଲ୍ଲା ଗୋଣ୍ଡାରୁ ଏହି ସାମ୍ବାଦିକ ସମ୍ମିଳନୀ କରିବେ ।

ନୂଆଦିଲ୍ଲୀ: ମହିଳା ରେସଲରଙ୍କୁ ଯୌନ ନିର୍ଯ୍ୟାତନା ଓ ପୁରୁଷ ରେସଲରଙ୍କୁ ମାଡ଼ ମାରିବା ଘଟଣା । ଆଜି ଅପରାହ୍ନ ୪ ଟା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହ । ସେ ନିଜ ଜିଲ୍ଲା ଗୋଣ୍ଡାରୁ ଏହି ସାମ୍ବାଦିକ ସମ୍ମିଳନୀ କରିବେ । ଏନେଇ ନିଜେ ବ୍ରିଜ ଭୂଷଣ ଶରନ ସିଂହ ସୂଚନା ଦେଇଛନ୍ତି ।

 brij bhushan
ଆଜି ଅପରାହ୍ନ ୪ଟା ପରେ ରେସଲିଂ ଟ୍ରେନିଂ ସେଣ୍ଟର ନନ୍ଦନୀ ନାଗର ନବାବଗଞ୍ଜ ଜିଲ୍ଲା ଗୋଣ୍ଡାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀର ବିଷୟବସ୍ତୁ ହେଉଛି କୁସ୍ତି ଏବଂ କୁସ୍ତି ବିରୁଦ୍ଧରେ ଷଡ଼ଯନ୍ତ୍ର ଏବଂ ମହିଳା ରେସଲରଙ୍କ ସମ୍ମାନ ସହିତ ଖେଳିବା ପାଇଁ ରାଜନୈତିକ ଷଡ଼ଯନ୍ତ୍ରକୁ ପ୍ରକାଶ କରିବା । ଏହାପୂର୍ବରୁ ବ୍ରିଜ ଭୂଷଣ ଶରନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, ସାମ୍ବାଦିକ ସମ୍ମିଳନୀ ମଧ୍ୟାହ୍ନ ୧୨ ଟାରେ କରାଯିବ ହେଲେ ବର୍ତ୍ତମାନ ଏହାର ସମୟ ପରିବର୍ତ୍ତନ କରାଯାଇଛି । ତେବେ ଏହି ଅଭିଯୋଗ ପଛରେ ଷଡଯନ୍ତ୍ର ରହିଛି ବୋଲି ବ୍ରିଜ୍ ଭୂଷଣ କହିଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଜାନୁଆରୀ ୨୨ରେ ଇମରଜେଣ୍ଟ ଜେନେରାଲ କାଉନସିଲ ମିଟିଂ ବସିବା ପାଇଁ ଯାଉଛି । ସୂଚନା ଏହା ମଧ୍ୟ ରହିଛି ଯେ, ଏହି ବୈଠକରେ ମହାସଂଘର ସଭାପତି ପଦରୁ ବ୍ରିଜ ଭୂଷଣ ଇସ୍ତଫା ଦେଇପାରନ୍ତି ।

ସେହିପରି ଗୁରୁବାର ଦିନ ଆନ୍ଦୋଳନ କରୁଥିବା ରେସଲରଙ୍କୁ ଭେଟିଛନ୍ତି କ୍ରୀଡ଼ାମନ୍ତ୍ରୀ । ଏହି ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି ଯେ, କୁସ୍ତି ମହାସଂଘ ଓ ଏହାର ସଭାପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ । ଆଜି ମଧ୍ୟ ରେସଲରଙ୍କୁ ଭେଟି ଏ ବିଷୟରେ ଅଧିକ ଆଲୋଚନା କରିବେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ତେବେ ଖବର ଏହା ମଧ୍ୟ ରହିଛି ଯେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ୨୪ ଘଣ୍ଟା ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି, କିନ୍ତୁ ବ୍ରିଜ ଭୂଷଣ ସିଂ ଏହା କରିବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି, ମୁଁ ଜଣେ ଅପରାଧୀ ଭାବେ ଇସ୍ତଫା ଦେବି ନାହିଁ । ମୁଁ ପ୍ରତ୍ୟକ ଯାଞ୍ଚର ସାମ୍ନା କରିବାକୁ ପ୍ରସ୍ତୁତ ଅଛି, ଏହି ଘଟଣାର ସିବିଆଇ ଯାଞ୍ଚ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି' । ଯଦି ଏହି ଅଭିଯୋଗର ସତ୍ୟତା ଥାଏ ତେବେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ବ୍ରିଜ ଭୂଷଣ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+