ଯୋଗୀ ସରକାରଙ୍କ ନୂଆ ନିୟମ, ନାଇଟ ସିଫ୍ଟ କରିବେନି ମହିଳା
କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । ଆଉ ରାତିରେ ଯିବାକୁ ପଡିବନି ଅଫିସ। ନିଜ ସୁରକ୍ଷା ନେଇ କରିବାକୁ ପଡିବନି ଚିନ୍ତା । ଉଭୟ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ଲାଗୁ ହେବ ଏହି ନିୟମ ।
ଲକ୍ଷ୍ନୌ: କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । ଆଉ ରାତିରେ ଯିବାକୁ ପଡିବନି ଅଫିସ। ନିଜ ସୁରକ୍ଷା ନେଇ କରିବାକୁ ପଡିବନି ଚିନ୍ତା । ଉଭୟ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ଲାଗୁ ହେବ ଏହି ନିୟମ । ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ସଂନ୍ଧ୍ୟା 7 ଟାରୁ ସକାଳ 6ଟା ପର୍ଯ୍ୟନ୍ତ କର୍ମଜୀବୀ ମହିଳାଙ୍କୁ କେହି ବାଧ୍ୟତାମୂଳକ ଭାବେ କାମ କରାଇ ପାରିବେ ନାହିଁ । ଯଦି କୌଣସି ମହିଳାଙ୍କୁ କାର୍ଯ୍ୟାଳୟରେ ରାତିରେ କାମ କରିବାକୁ ପଡେ । ତେବେ ମହିଳାଙ୍କ ଠାରୁ ଲିଖିତ ଭାବେ ଅନୁମତି ଆଣିବାକୁ ପଡିବ ।
ସମ୍ପୃକ୍ତ ସଂସ୍ଥା ମହିଳାଙ୍କ ଯାତାୟତ ପାଇଁ ଏକ ଗାଡିର ବ୍ୟବସ୍ଥା କରିବେ । ଯାହାଦ୍ବାରା ମହିଳାମାନେ ଏହି ଗାଡିରେ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚିପାରିବେ । କେବଳ ସେତିକି ନୁହେଁ, ନାଇଟ ସିଫ୍ଟ ସମୟରେ ମହିଳା କର୍ମଚାରୀଙ୍କୁ ମାଗଣା ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ । ନାଇଟ ସିଫ୍ଟ ସମୟରେ କାର୍ଯ୍ୟାଳୟରେ ଜଣେ ମହିଳା ଏକାକି କାର୍ଯ୍ୟ କରିପାରିବେ ନାହିଁ । ସୁରକ୍ଷା ପାଇଁ ଅତି କମରେ କାର୍ଯ୍ୟାଳୟରେ 4 ଜଣ ମହିଳା ଏକା ସହ କାର୍ଯ୍ୟ କରିବେ । ପ୍ରତ୍ୟକ କାର୍ଯ୍ୟାଳୟରେ ମହିଳା ସୁରକ୍ଷା ପାଇଁ ଏକ କମିଟି ଗଠନ କରିବା ଆବଶ୍ୟକ ।
2022-23 ୟୁପି ସରକାରଙ୍କ ବଜେଟର କିଛି ଦିନ ମଧ୍ୟରେ ଏହି ନୂତନ ନିୟମ ଆସିଛି । ଯାହା ରାଜ୍ୟରେ ମହିଳାଙ୍କୁ ଭଲ ଚାକିରି, ଭିତ୍ତିଭୂମି, ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଗୁରୁତ୍ବ ଦେଇଛି ।












Click it and Unblock the Notifications