ଏଣିକି ଝିଅ ଦେଇପାରିବେ NDA ପରୀକ୍ଷା
ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ। ସେପ୍ଟେମ୍ୱର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅମାନେ ଭାଗ ନେଇପାରିବେ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ। ସେପ୍ଟେମ୍ୱର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅମାନେ ଭାଗ ନେଇପାରିବେ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି । ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି ।
କୋର୍ଟରେ ଆବେଦନକାରୀଙ୍କ ପକ୍ଷ ରଖିଥିଲେ ଆଡଭୋକେଟ୍ ଚିନ୍ମୟ ପ୍ରଦୀପ ଶର୍ମାଙ୍କ ସହ ଆଡଭୋକେଟ୍ ମୋହିତ ପଲ୍, ସୁନାନା ଏବଂ ଇରଫାନ୍ ହସିବ। ଆବେଦନରେ କୁହାଯାଇଛି ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଆଡମିଶନ କରିବାର ସୁଯୋଗ ସେମାନଙ୍କ ଲିଙ୍ଗ ଆଧାରରେ ଯୋଗ୍ୟତା ନିର୍ଦ୍ଧାରଣ ହେଉଛି। ହେଲେ ଏହି ପରୀକ୍ଷାରେ ସାମିଲ୍ ହେବା ପାଇଁ ଯେଉଁ ମହିଳା ପ୍ରାର୍ଥୀ ଆଗ୍ରହ ଦେଖାଉଛନ୍ତି ତାଙ୍କୁ ବାରଣ କରାଯାଉଛି।












Click it and Unblock the Notifications