ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍
Women Reservation Bill: ଆଗତ ହେଲା ଦେଶର ବହୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ୍ । ଆଜି ନୂଆ ସଂସଦରେ ପ୍ରବେଶ ପରେ ପ୍ରଥମ କାର୍ଯ୍ୟ ଦିବସର ପ୍ରଥମ ପ୍ରସ୍ତାବ ଭାବେ ଏହାକୁ ଆଗତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ପ୍ରଥମେ ସୂଚନା ଦେଇଛନ୍ତି ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ଆଗତ କରିଛନ୍ତି । ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ମହିଳା ସଂରକ୍ଷଣ ବିଲ୍ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଲ୍ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଐତିହାସିକ ମହିଳା ସଂରକ୍ଷଣ ବିଲ୍କୁ ସମସ୍ତେ ସର୍ବସମ୍ମତ ପାରିତ କରାଯିବା ଆବଶ୍ୟବ । ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତୀକରଣ ବଢ଼ିବ । ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ତଥା ସବୁଦିନ ମନେ ରହିବ ବୋଲି ସେ କହିଛନ୍ତି ।












Click it and Unblock the Notifications