ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ନିଜର ପ୍ରତିଶ୍ରୁତି.....
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ବିଜେପି ସରକାର ନିଜର ପ୍ରତିଶ୍ରୁତି ପୂରା କରିବାରେ ବିଫଳ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି। ଅତିଶୀଙ୍କ ଚିଠି ଅନୁସାରେ, ନିର୍ବାଚନ ପୂର୍ବରୁ ବିଜେପି ସରକାର ତାଙ୍କର ପ୍ରଥମ କ୍ୟାବିନେଟ ବୈଠକରେ ମହିଳାମାନଙ୍କ ନିମନ୍ତେ ଆର୍ôଥକ ସହାୟତା ଯୋଜନାକୁ ପାସ କରିବାର ପ୍ରତିଶ୍ରୁତ ଦେଇଥିଲେ। ମାତ୍ର ସେପରି କିଛି ବି ହୋଇନାହିଁ।
ତାଙ୍କ ଚିଠିରେ, ଆତିଶୀ ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳ ସହିତ ଗୁପ୍ତାଙ୍କୁ ଭେଟି ଦିଲ୍ଲୀର ମହିଳାମାନଙ୍କୁ ମାସିକ ୨,୫୦୦ ଟଙ୍କା ପ୍ରଦାନ କରିବା ଯୋଜନାର କାର୍ଯ୍ୟାକାରିତା ବିଷୟରେ ଆଲୋଚନା କରିବାକୁ ରବିବାର ପାଇଁ ସମୟ ମାଗିଛନ୍ତି। "ପ୍ରଥମେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିବା ପାଇଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ," ବୋଲି ଅତିଶୀ ତାଙ୍କ ଚିଠିରେ ଲେଖିଥିବା ଦେଖିବାକୁ ମିଳିଛି।

ସେ ଆହୁରି ବି ଲେଖିଛନ୍ତି ଭାରତୀୟ ଜନତା ପାର୍ଟିର ନେତା ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ନିର୍ବାଚନ ପ୍ରଚାର ସମୟରେ ୨୦୨୫ ମସିହା ଜାନୁଆରି ୩୧ ତାରିଖରେ ଆୟୋଜିତ ଏକ ରାଲିରେ ଦିଲ୍ଲୀର ମା' ଏବଂ ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ସେମାନଙ୍କ ପାଇଁ ମାସିକ ୨,୫୦୦ ଟଙ୍କାର ଏକ ଯୋଜନା ପାସ କରାଯିବ। ଯାହାକି ହୋଇନାହି। ମୋ ଦଳ ରବିବାର ଦିନ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ବିଷୟରେ ଆଲୋଚନା କରିବାକୁ ଚିନ୍ତା କରିଛୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।












Click it and Unblock the Notifications