ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ , ୫ ଲକ୍ଷ ଘୋଷିତ ମହିଳା ମାଓବାଦୀ ନିହତ

ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ଆଜି ସକାଳେ ପୁଲିସ ନକ୍ସଲ ଗୁଳିବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀର ମୃତ୍ୟୁ ହୋଇଛି। ଏହି ମହିଳା ମାଓବାଦୀ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।ସୁକମା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଗାଦିରାସ ଥାନା ଅନ୍ତର୍ଗତ ଗୁଫଡି ଏବଂ ପେରମପାରା ମଧ୍ୟ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ ସମେତ ଡିଆରଜି ଯବାନ ସର୍ଚ୍ଚ ଅପରେସନ ପାଇଁ ସେହି ଅଂଚଳକୁ ଗସ୍ତ କରିଥିଲେ।ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ।

Maoists killed

ଏହି ଗୁଳିବିନିମୟ ରହି ରହି ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ମାଓବାଦୀର ମୃତଦେହକୁ ଠାବ କରିଥିଲା। ମୃତ ମହିଳା ମାଓବାଦୀ ଜଣକ ହେଲେ ବୁସ୍କି ନୁପୋ। ଏହି ମହିଳା ମାଓବାଦୀ ଗାଙ୍ଗଲୁର ଏରିଆ କମିଟିର ସଦସ୍ୟ ଥିଲା। ଏଥିସହ ଘଟଣାସ୍ଥଳରୁ ଗୋଟିଏ ୩୧୫ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି। ଜଂଗଲରେ ଅପରେସନ ଏବେ ମଧ୍ୟ ଚାଲିଥିବା ପୁଲିସ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+