କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ, ‘୪ ସପ୍ତାହରେ ଜବାବ ଦିଅ’…
ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ସୁପ୍ରିମ ଅଦାଲତ । ତେବେ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପାଇଁ ଦାବି କରାଯାଉଛି । ଆଉ ଏହି ପରିପ୍ରେକ୍ଷୀରେ, ସରକାର ଲୋକସଭା ଏବଂ ବିଧାନସଭାରେ ସଂରକ୍ଷଣ ପ୍ରଦାନ କରିବା ପାଇଁ ୨୦୨୩ ମସିହାରେ ୧୦୬ତମ ସମ୍ବିଧାନ ସଂଶୋଧନ କରିଥିଲେ। ହେଲେ ତା ପରେ ବି ନୂତନ ଜନଗଣନା ଏବଂ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ ସମାପ୍ତ ହେବା ପରେ ଏହି ସଂରକ୍ଷଣ କାର୍ଯ୍ୟକାରୀ ହେବ। ତେଣୁ ଏହି କାରଣରୁ ସରକାରଙ୍କ ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଛି ।













Click it and Unblock the Notifications