Get Updates
Get notified of breaking news, exclusive insights, and must-see stories!

ମହିଳାମାନଙ୍କୁ ସୁଯୋଗ ଏବଂ ସମର୍ଥନ ଦିଆଗଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିପାରିବେ; ରାଷ୍ଟ୍ରପତି

ମହିଳାମାନଙ୍କ ଅଧିକାର ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ବିଷବସ୍ତୁ ରହିଛି - "ମହିଳା ଓ ବାଳିକାଙ୍କ ପାଇଁ ଅଧିକାର, ନ୍ୟାୟ ଓ ପଦକ୍ଷେପ" । ଏହା ମହିଳାମାନଙ୍କ ଅଧିକାରକୁ ସୁଦୃଢ଼ କରିବା ସହିତ ନ୍ୟାୟ ପ୍ରଦାନ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ଭାବନାକୁ ଦର୍ଶାଉଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍‍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହିଳାମାନଙ୍କୁ ସୁଯୋଗ ଏବଂ ସମର୍ଥନ ଦିଆଗଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିପାରିବେ। ନୂଆଦିଲ୍ଲୀରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଜାତୀୟସ୍ତରୀୟ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଉଦ୍ୟୋଗ ହେଉ କିମ୍ବା କର୍ପୋରେଟ ଜଗତ ସବୁ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି, ଭାରତ ଦ୍ରୁତଗତିରେ ମହିଳା ନେତୃତ୍ୱାଧୀନ ବିକାଶ ଆଡ଼କୁ ଅଗ୍ରସର ହେଉଛି ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ରାଷ୍ଟ୍ରପତି କହିଛନ୍ତି, 'ବେଟି ବଚାଓ, ବେଟି ପଢ଼ାଓ', ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ମିଶନ ଶକ୍ତି ଭଳି ଯୋଜନା ମହିଳାମାନଙ୍କୁ ସଶକ୍ତ କରିଛି।

President

ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି ଏବଂ ଦେଶରେ ବିଦ୍ୟାଳୟ ଶିକ୍ଷାରେ ଲିଙ୍ଗଗତ ସମାନତା ହାସଲ ହୋଇପାରିଛି। ସେ କହିଛନ୍ତି, ଦେଶର ଝିଅମାନେ ମଧ୍ୟ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ମହିଳାମାନଙ୍କ ଜୀବନକୁ ସଶକ୍ତ କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସହ କାର୍ଯ୍ୟ କରୁଛନ୍ତି। ମହିଳାମାନଙ୍କ ଦୃଢ଼ ସଂକଳ୍ପ ସମର୍ପଣ ଏବଂ ସଫଳତା ବିକଶିତ ଭାରତର ମୂଳଦୁଆ ବୋଲି ସେ କହିଛନ୍ତି।

ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍ କହିଛନ୍ତି, ମହିଳାମାନଙ୍କର ଶକ୍ତି, ସ୍ଥିରତା ଏବଂ ସଫଳତା ପରିବାର, ସମାଜ ଏବଂ ଦେଶର ଭାଗ୍ୟକୁ ଗଠନ କରିଆସୁଛି। ଶ୍ରୀ ରାଧାକୃଷ୍ଣନ୍ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ, ଉପରାଷ୍ଟ୍ରପତି କହିଛନ୍ତି, ଭାରତର ଦୀର୍ଘ ଏବଂ ପ୍ରସିଦ୍ଧ ଇତିହାସରେ ମହିଳାମାନେ ସାହସ, ଜ୍ଞାନ ଏବଂ କରୁଣାର ମଶାଲବାହକ ହୋଇ ରହିଆସିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ପ୍ରାଚୀନ ଜ୍ଞାନ ପରମ୍ପରାର ରକ୍ଷକଙ୍କଠାରୁ ସ୍ୱାଧୀନତା ଆନ୍ଦୋଳନର ସାହସୀ ନେତାଙ୍କ ପର୍ଯ୍ୟନ୍ତ ମହିଳାମାନେ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ନାରୀ ଶକ୍ତିର ସଫଳତା' ଗର୍ବର ଉତ୍ସ ଏବଂ ରାଷ୍ଟ୍ର ନିର୍ମାଣରେ ପରିବର୍ତ୍ତନକାରୀ ଭୂମିକାର ଏକ ଶକ୍ତିଶାଳୀ ସ୍ତମ୍ଭ। ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଧିକ ଟ୍ୱିଟ୍‌ ଜରିଆରେ ଶ୍ରୀ ମୋଦୀ' ସମସ୍ତ ନାରୀ ଶକ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ଯେପରି ଆଗକୁ ବଢ଼ିବ, ମହିଳାଙ୍କ ଆକାଂକ୍ଷା ଏବଂ
ଅବଦାନ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଆଡ଼କୁ ଆମର ସାମୂହିକ ଯାତ୍ରାକୁ ମାର୍ଗଦର୍ଶନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଦୃଢ଼ତା, ସୃଜନଶୀଳତା ଏବଂ ଅତୁଳନୀୟ ଉତ୍ସାହ ସହିତ ଦେଶର ପ୍ରଗତିକୁ ଆକାର ଦେଉଛନ୍ତି। ସେ କହିଛନ୍ତି, ସେମାନଙ୍କର ସଫଳତା ଦେଶକୁ ପ୍ରେରଣା ଦିଏ ଏବଂ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସରକାରଙ୍କ ସାମୂହିକ ସଂକଳ୍ପକୁ ମଜଭୁତ କରିଥାଏ। ଶ୍ରୀ ମୋଦୀ ଆହୁରି କହିଛନ୍ତି, ମହିଳାଙ୍କ ସଶକ୍ତିକରଣ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପଦକ୍ଷେପର ମୂଳରେ ରହିଛି। ସେ କହିଛନ୍ତି, ସରକାର ଏପରି ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯାହା ପ୍ରତ୍ୟେକ ମହିଳାଙ୍କୁ ତାଙ୍କର ପୂର୍ଣ୍ଣ ସମ୍ଭାବନାକୁ ଅନୁଭବ କରିବାକୁ ଏବଂ ଭାରତର ବିକାଶ ଯାତ୍ରାରେ ଯୋଗଦାନ ଦେବାକୁ ସକ୍ଷମ କରିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, ସମାଜରେ ନାରୀ ଶକ୍ତିର ଅତୁଳନୀୟ ଭୂମିକା ପାଇଁ ମାନବଜାତି ଋଣୀ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ପିଢ଼ିକୁ ପୋଷଣ କରି ଏବଂ ବୈଜ୍ଞାନିକ ଓ ଅର୍ଥନୈତିକ ପ୍ରଗତିକୁ ଆଗେଇ ନେଇ ମହିଳାମାନେ ସମସ୍ତଙ୍କ ଜୀବନର ପ୍ରତ୍ୟେକ ଦିଗରେ ଅବଦାନ ରଖିଥାନ୍ତି।

ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଆଧୁନିକ ଭାରତର ପୁନଃନିର୍ମାଣ ପର୍ଯ୍ୟନ୍ତ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ନେତୃତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର କନଟ୍ ପ୍ଲେସରେ ଏକ ମହିଳା ବାଇକ୍ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ବିର୍ଲା କହିଛନ୍ତି,ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ଆଜି ଭାରତରେ ମହିଳାମାନେ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ନେତୃତ୍ୱ ନେଉଛନ୍ତି ଏବଂ ରାଷ୍ଟ୍ର ବିକାଶ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପାଲଟିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଯୋଗଦେଇ ମହିଳାଙ୍କ ସାହସ ଓ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟ ମହିଳା ଦିବସରେ ପଞ୍ଜାବ ଚଣ୍ଡିଗଡ଼ର ସୁଖନା ହ୍ରଦ ପୋଲିସ ପୋଷ୍ଟରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅଢ଼େଇ କିଲୋମିଟର ଦୀର୍ଘ 'ମହିଳା ଦିବସ ପଦଯାତ୍ରା' ଓପନ୍‍ ହ୍ୟାଣ୍ଡ ସ୍ମାରକୀରେ ଶେଷ ହୋଇଥିଲା। ଏହି ଅବସରରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, ଏହି ପଦଯାତ୍ରାର ଉଦ୍ଦେଶ୍ୟ ମହିଳା ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ଯୁବ ଓକିଲ ଏବଂ ବିଚାରପତିଙ୍କ ଅଂଶଗ୍ରହଣକୁ ସେ ପ୍ରଶଂସା କରିଥିଲେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+