ପ୍ରେମ ପାଇଁ ଦରିଆ ପାରି କଲା ପ୍ରେମିକା
କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ପାଇଁ କେହି କିଛି ବି କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ବାଂଲାଦେଶ ଜଣେ ମହିଳା । ମହିଳା ଜଣକ ନିଜ ପ୍ରେମିକଙ୍କ ସହ ବିବାହ କରିବା ପାଇଁ ବାଲାଂଦେଶର ସୀମା ଡେଇଁ ଭାରତରେ ପହଞ୍ଚିଛନ୍ତି।
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ପାଇଁ କେହି କିଛି ବି କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ବାଂଲାଦେଶୀର ଜଣେ ମହିଳା । ମହିଳା ଜଣକ ନିଜ ପ୍ରେମିକଙ୍କ ସହ ବିବାହ କରିବା ପାଇଁ ବାଲାଂଦେଶର ସୀମା ଡେଇଁ ଭାରତରେ ପହଞ୍ଚିଛନ୍ତି।

22 ବର୍ଷୀୟା ବାଂଲାଦେଶ ମହିଳାଙ୍କ ନାମ କ୍ରୀଷ୍ଣା ମଣ୍ଡଳ ବୋଲି ଜଣାପଡିଛି। ଏହି ମହିଳା ନିଜ ପ୍ରେମକୁ ସତ ପ୍ରମାଣିତ କରିବା ପାଇଁ ବଣ ଜଙ୍ଗଲ କିଛି ନମାନି ସୁନ୍ଦରବନ ଜଙ୍ଗଲ ସହ ଅନେକ ନଦୀନାଳ ଦେଇ ଭାରତରେ ପହଞ୍ଚିଛନ୍ତି।
କ୍ରୀଷ୍ଣା ଏବଂ ଅଭିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରେ ପ୍ରଥମେ ଯୋଗାଯୋଗ ହୋଇଥିଲା । ପରେ ଧିରେ ଧିରେ ଦୁହେଁ ପ୍ରେମରେ ପଡିଯାଇଥିଲେ । ଏହାପରେ ପ୍ରେମ ପାଗଳିନୀ କ୍ରୀଷ୍ଣା ପ୍ରେମିକ ଅଭିକଙ୍କୁ ଭେଟିବା ଲାଗି ବେଆଇନ ଭାବେ ବିନା ପାସପୋର୍ଟରେ ଭାରତ ସୀମାରେ ପ୍ରବେଶ କରିବା ପାଇଁ ଚିନ୍ତା କରିଥିଲେ ।
ପୋଲିସର ସୂଚନା ଅନୁସାରେ, ପ୍ରଥମେ କ୍ରୀଷ୍ଣା ସୁନ୍ଦରବନରେ ପ୍ରବେଶ କରି ନଦୀ ପହଁରି ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ କ୍ରୀଷ୍ଣାଙ୍କୁ ପୋଲିସ ହେପାଜତରେ ନେବା ସହ ବାଲାଂଦେଶୀ ହାଇକମିଶନଙ୍କୁ ହସ୍ତାନ୍ତର କରାଯିବା ନେଇ ଚର୍ଚ୍ଚା ଚାଲିଛି ।
ଚଳିତ ବର୍ଷ କିଛି ଦିନ ତଳେ ଇମାନ ହୋଶେନ ନାମକ ବାଂଲାଦେଶୀ ବାଳକ ସୀମା ପାର କରି ଭାରତକୁ ପ୍ରବେଶ କରିଥିଲେ । ସେ ଚକୋଲେଟ କିଣିବା ଲାଗି ବେଆଇନ ଭାବେ ସୀମା ଡେଇଁଥିଲେ । ଫଳରେ ତାଙ୍କୁ ପୋଲିସ ଗିରଫ କରିବା ପରେ 15 ଦିନିଆ ରିମାଣ୍ଡରେ ନେଇଥିଲା ।












Click it and Unblock the Notifications