ମହିଳାଙ୍କ ସାହସିକତା , କେନାଲରେ ପଶି ଯୁବକଙ୍କୁ କଲେ ଉଦ୍ଧାର
ମହିଳାଙ୍କ ସାହସିକତା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଯୁବକ । ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଭୋପାଳ: ବର୍ଷା ପାଣି ଭର୍ତ୍ତି କେନାଲରେ ବୁଡିଯାଉଥିଲେ ଜଣେ 25 ବର୍ଷୀୟ ଯୁବକ । ହେଲେ ମହିଳାଙ୍କ ସାହସିକତା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଯୁବକ । ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

30 ବର୍ଷୀୟା ରବିନା କାଞ୍ଜର ନିଜର 10 ମାସର ଶିଶୁକୁ ଧରି ପାଣି ଭରିବାକୁ ବାହାରିଥିଲେ। କେନାଲ ନିକଟରେ ଠିଆ ହୋଇ 25 ବର୍ଷୀୟ ରାଜୁ ଅହିରୱାର ଏବଂ ତାଙ୍କ ବନ୍ଧୁ ଜିତେନ୍ଦ୍ର ଅହିରୱାର ପଡ଼ୋଶୀ ଖଜୁରିଆ ଗ୍ରାମକୁ ଏକ କ୍ଷେତରେ କୀଟନାଶକ ସିଞ୍ଚନ କରିବାକୁ ଯାଇଥିଲେ। କିନ୍ତୁ ପ୍ରବଳ ବର୍ଷା ହେତୁ କେନାଲ ଭରି ରହିଥିଲା , ରାସ୍ତା ପାର ହେବା ସମ୍ଭବ ନଥିଲା । କିନ୍ତୁ ଦୁହେଁ ସାହସ କରି କେନାଲ ପାର ହୋଇ ଆରପଟକୁ ଯିବାକୁ ପ୍ରୟାସ କରିବା ବେଳେ ହଠାତ କେନାଲରେ ବୁଡିଯାଇଥିଲେ ଦୁହେଁ ।
ରାଜୁ କାନ୍ଦିକାନ୍ଦି ସାହାଯ୍ୟ ପାଇଁ ପାଟିକରିବା ପରେ ରବିନା ତାଙ୍କର ଶିଶୁକୁ ତଳେ ରଖି ପାଣିକୁ ଡେଇଁପଡିଥିଲେ। ସେ ରାଜୁଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ନେଇଥିଲେ ଏବଂ ତା'ପରେ ଜିତେନ୍ଦ୍ରଙ୍କୁ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ।
ରବିନା କହିଛନ୍ତି, " ରାଜୁଙ୍କୁ ମୁଁ ଜାଣେ, ତାଙ୍କର ଚିତ୍କାର ଶୁଣି ବଞ୍ଚାଇବା ପାଇଁ ନିଜ ଜୀବନକୁ ଖାତିର ନକରି ପାଣିକୁ ଡେଇଁ ପଡିଥିଲି । ଆଶା ଥିଲା ଦୁହିଁଙ୍କୁ ବଞ୍ଚାଇବି । କିନ୍ତୁ ରାଜୁଙ୍କ ବନ୍ଧୁଙ୍କୁ ବଞ୍ଚାଇ ପାରିଲି ନାହିଁ । ତେବେ ରବିନାଙ୍କ ସାହସିକତା ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଂଶସା କରାଯାଇଛି । ମହିଳାଙ୍କୁ ତାଙ୍କ ସାହସିକ ପାଇଁ ପୋଲିସ ନଗଦ ପୁରସ୍କାର ଦେଇଛି। ରବିନାଙ୍କ ଭାଇ ପୋଲିସ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟରେ ଜଡିତ ଥିଲେ। ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିବା ଜଣାପଡିଛି ।












Click it and Unblock the Notifications