ଟମାଟୋ ପାଇଁ ସ୍ୱାମୀକୁ ଛାଡିଦେଲା ସ୍ତ୍ରୀ: ଉଜୁଡି ଗଲା ସଂସାର
Tomato News: ଟମାଟୋ ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା । ଏମିତିକି ୨ଟି ଟମାଟୋ ପାଇଁ ସ୍ୱାମୀକୁ ପର କରିଦେଲା ସ୍ତ୍ରୀ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ସାହଡୋଲ ଜିଲ୍ଲାରେ ଘଟିଛି ।
ସାହଡୋଲ ଜିଲ୍ଲାର ସଞ୍ଜୀବ ବର୍ମନ ନାମକ ବ୍ୟକ୍ତିଙ୍କର ଏକ ଟିଫିନ ଷ୍ଟଲ ଥିବା ବେଳେ ସେଥିରେ ସେ ପରିବାର ଗୁଜରାଣ ମେଣ୍ଟାନ୍ତି । କିଛି ଦିନ ପୂର୍ବେ ସଞ୍ଜୀବ କିଛି ରୋଷେଇ କରୁଥିବା ବେଳେ ପତ୍ନୀଙ୍କ ବିନା ଅନୁମତିରେ ୨ଟି ଟମାଟୋ ବ୍ୟବହାର କରିଥିଲେ । ଏହା ଦେଖି ରାଗି ପାଚି ଲାଲ ପଡ଼ିଗଲେ ତାଙ୍କ ପତ୍ନୀ ।

ତେବେ ଏନେଇ ପ୍ରବଳ ଯୁକ୍ତିତର୍କ ହେଲା । କଥା ଏତେ ବାଟ ଆଗକୁ ବଢ଼ିଗଲା ଯେ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ । ସ୍ତ୍ରୀଙ୍କୁ ଖୋଜା ଖୋଜି କରି ନ ପାଇବାରୁ ସ୍ୱାମୀ ସ୍ଥାନୀୟ ଥାନାରେ ଯାଇ ଅଭିଯୋଗ କଲେ । ୩ ଦିନ ହେବ ତାଙ୍କ ସ୍ତ୍ରୀ କୁଆଡ଼େ ଯାଇଛନ୍ତି ଏବଂ ତାଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ ବୋଲି ପୋଲିସକୁ ଜଣାଇଲେ ।
ତେବେ ପୋଲିସ୍ ଘଟଣାର ଖୋଳତାଡ଼ କରି ତାଙ୍କ ପତ୍ନୀଙ୍କ ସନ୍ଧାନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିବା କହିଛି । ଏଥିସହ ଖୁବ୍ ଶୀଘ୍ର ମହିଳାଜଣକ ନିଜ ସ୍ୱାମୀଙ୍କ ପାଖକୁ ଫେରି ଆସିବେ ବୋଲି ଜଣାଯାଇଛି ।












Click it and Unblock the Notifications