ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ରାସ୍ତା କଡରେ ପଡିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ

ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ଏମିତି ଏକ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ରାସ୍ତା କଡରେ ପଡିଛି ମୃତଦେହ । ଶରୀରରୁ ମୁଣ୍ଡ ଗାଏବ । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ଏମିତି ଏକ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ମୃତ ମହିଳାଙ୍କ ପରିଚୟ ମିଳିନି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି । ମୃତଦେହ ପାଖରୁ ଛୁରୀ, ଗ୍ଲୋବସ୍ ମିଳିଛି । ତଦନ୍ତ ଲାଗି ଏ ସବୁକୁ ଫୋରେନସିକ୍ ଟିମ୍ ସଂଗ୍ରହ କରିଛି ଏହାଛଡ଼ା ମଦ ବୋତଲ ମିଳିଥିବାରୁ ଦୁର୍ବୃତ୍ତ ମଦ ପଇବା ପରେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Bhubaneswar headless body

ଖବର ଅନୁଯାୟୀ, ରାସ୍ତା କଡ଼ରେ ସ୍ଥାନୀୟଲୋକ ଯିବା ସମୟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାପରେ ତୁରନ୍ତ ପୋଲିସ ଖବର ଦେଇଥିଲା । ମୃତଦେହ ନିକଟରେ ମହିଳାଙ୍କ ବସ୍ତ୍ର ଓ ବେଡ଼୍‌ସିଟ୍‌ ପଡିଥିବାର ଦେଖିବାକୁ ମିଳିଥିଲା ।

ସେପଟେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ମହିଳାଙ୍କୁ ହତ୍ୟା କରାଯାଇଛି। ଉକ୍ତ ଅଞ୍ଚଳକୁ କର୍ଡ଼ନ କରି ରଖାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ସାରିଛି। ଡଗ୍‌ ସ୍କ୍ୱାର୍ଡ଼ ମଧ୍ୟ ଆସୁଛନ୍ତି। ବିଭିନ୍ନ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି। ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+