ନଦୀରେ ରିଲ୍ କରିବା ପଡ଼ିଲା ମହଙ୍ଗା, ଭାସିଗଲେ ମହିଳା

ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟରେ ଏକ ଦୁଃଖଦ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି।

ଏହା ପରେ ହଠାତ୍ ତାଙ୍କ ପାଦ ଖସିଯାଉଛି ଏବଂ ସେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଯାଉଛନ୍ତି। ଏପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ମିଳିପାରିନଥିବା କୁହାଯାଉଛି। ଭାଥରାଲ ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣକ ଅନ୍ୟଜଣକୁ କ୍ୟାମେରା ଧରାଇ ରେକର୍ଡ କରିବାକୁ କହୁଛନ୍ତି।

women

ଏହା ପରେ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ନଦୀ ଭିତରକୁ ଯିବାର କିଛି ସେକେଣ୍ଡ ପରେ ତ‌ାଙ୍କ ପାଦ ଖସିଯାଉଛି ଏବଂ ସେ ପଡ଼ିଯାଉଛନ୍ତି। ନଦୀର ସ୍ରୋତ ପ୍ରଖର ଥିବାରୁ ସେ ଉଠିନପାରି ଭାସିଯାଉଛନ୍ତି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏସଡିଆରଏଫ୍ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ଏପର୍ଯ୍ୟନ୍ତ ମହିଳାଙ୍କୁ ଉଦ୍ଧାର କରାଯାଇପାରି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+