ପୁଅର ଆଖି ଆଗରେ ସମୁଦ୍ରରେ ଭାସିଗଲା ମା: ଭିଡ଼ିଓ ଦେଖିଲେ ଛାତି ଥର ଯାଉଛି...
ମୁମ୍ବାଇ: ପୁଅର ଆଖି ଆଗରେ ସମୁଦ୍ରରେ ଭାସିଗଲା ମା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମୁମ୍ବାଇ ବାନ୍ଦ୍ରା ବିଚରେ ମଜାମସ୍ତି କରୁଥିବା କାଳ ହେଲା ।
ବିଚ୍ କୂଳରେ ବସି ଭିଡିଓ କରୁଥିବା ଦମ୍ପତ୍ତିଙ୍କୁ ସମୁଦ୍ର ଲହରୀ ଧକ୍କା ଦେବାରୁ ସମୁଦ୍ର ଲହରୀରେ ଭାସିଗଲେ ମହିଳା । କୂଳରେ କୁନି ପୁଅ ମା' ମା' ବୋଲି ଚିକ୍ରାର କରୁଥିବାବେଳେ ମା' କିନ୍ତୁ ଆଖି ପିଛୁଳାକେ ପାଣିରେ ବୁଡି ଯାଇଥିଲେ ।

ତେବେ ମହିଳା ଜଣକ ୩୨ ବର୍ଷୀୟା ଜ୍ୟୋତି ସୋନାର ବୋଲି ଜଣାପଡିଛି । ତାଙ୍କ ପରିବାର ମୁମ୍ବାଇ ଭ୍ରମଣରେ ଆସିଥିଲେ। ପ୍ରଥମେ ମୁମ୍ବାଇର ଜୁହୁ ଚୌପାତ୍ତି ଯିବାକୁ ଯୋଜନା କରିଥିଲେ । କିନ୍ତୁ ସେଠାରେ ସମୁଦ୍ରକୁ ଯିବାକୁ ବାରଣ ଥିବାରୁ ବାନ୍ଦ୍ରା ଯାଇଥିଲେ। ବାନ୍ଦ୍ରା ଦୁର୍ଗରେ ପହଞ୍ଚିବା ପରେ ଫଟୋ ଉଠାଇବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ ଜ୍ୟୋତିଙ୍କ ପରିବାର । ସେଠାରେ ଜ୍ୟୋତି ଏବଂ ତାଙ୍କ ସ୍ୱାମୀ ଏକ ପଥର ଉପରେ ବସିଥିବା ବେଳେ ତାଙ୍କ ପୁଅ ଟିକିଏ ଦୂରରେ ଥାଇ ଫଟୋ ଉଠାଉଥିଲା ।
This is so horrible How can a person risk their life for some videos..
— Pramod Jain (@log_kyasochenge) July 15, 2023
The lady has swept away and lost her life in front of his kid.#bandstand #Mumbai pic.twitter.com/xMat7BGo34
ଏହି ସମୟରେ ହଠାତ୍ ଏକ ଉଚ୍ଚ ଜୁଆର ଆସିବାରୁ ଭାସି ଯାଇଥିଲେ ଜ୍ୟୋତି। ପିଲାଟି 'ମମି' 'ମମି' କହି ଜୋରରେ ଚିତ୍କାର କରିଥିଲା। ଉପସ୍ଥିତ ଜଣେ ବ୍ୟକ୍ତି ଜ୍ୟୋତିଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଶାଢୀକୁ ଟାଣି ଧରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ସମୁଦ୍ର ଜୁଆରରେ ଭାସି ଯାଇଥିଲେ ଜ୍ୟୋତି । ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ରବିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।












Click it and Unblock the Notifications