ମହିଳା ଟ୍ରକ ଡ୍ରାଇଭରଙ୍କ ଭିଡିଓ ଭାଇରାଲ, ୟୁଜର୍ସ ଦେଲେ ବାହା ବାଃ
ଜଣେ ମହିଳା ଟ୍ରକ ଚଲାଉଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟି ଟ୍ବିଟରରେ ସେୟାର କରିଛନ୍ତି ଅବନୀଶ ଶରଣ ନାମ୍ନୀ ଜଣେ ପ୍ରଶାସନିକ ଅଧିକାରୀ ।
ନୂଆଦିଲ୍ଲୀ: କଥାରେ ଅଛି କାମରେ ଛୋଟ ବଡ କିଛି ନଥାଏ । ଆଉ ଏବେ ଯୁଗ ସହ ତାଳ ଦେଇ ଚାଲୁଛନ୍ତି ସଭିଏଁ । କୌଣସି କାମ ପାଇଁ ନାରୀ କିମ୍ବା ପୁରୁଷ ଭିତରେ ବାଛ ବିଚାର କରାଯାଉ ନାହିଁ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳା ଟ୍ରକ ଚଲାଉଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟି ଟ୍ବିଟରରେ ସେୟାର କରିଛନ୍ତି ଅବନୀଶ ଶରଣ ନାମ୍ନୀ ଜଣେ ପ୍ରଶାସନିକ ଅଧିକାରୀ । ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଗାଡିକୁ ବାସ ଚାଲିବାର ଅଛି, ତାକୁ ନାରୀ ଚଳାଉ ବା ପୁରୁଷ ।

ट्रक को इससे क्या मतलब कि चलाने वाला ‘पुरुष’ है या ‘महिला.’ ❤️ pic.twitter.com/g9IEAocv7p
— Awanish Sharan (@AwanishSharan) July 17, 2022
ବର୍ତ୍ତମାନ ସୁଦ୍ଧା ଏହି ଭିଡିଓଟି 194000 ଥର ଦେଖିଯିବା ସହ 11 ହଜାରରୁ ଉର୍ଦ୍ଧ୍ବ ଲାଇକ୍ସ ମିଳିସାରିଲାଣି । ମହିଳା ଜଣକ ଟ୍ରକ ଚଳାଇ ହସି ହସି ଯାଉଥିବା ଭଡିଓରେ ଦେଖାଯାଇଛି । ତେବେ ଅନେକ ଏହି ଭିଡିଓକୁ ପସନ୍ଦ କରିବା ସହ ମହିଳାଙ୍କ ପ୍ରଂଶସା କରିଛନ୍ତି । ତାଙ୍କୁ ନେଇ ଗର୍ବିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି । ଭିଡିଓ ଧିରେ ଧିରେ ଆହୁରି ଭାଇରାଲ ହେବାରେ ଲାଗିଛି । ଟ୍ରକର ନମ୍ବର ପ୍ଲେଟ ଅନୁସାରେ ତାମିଲନାଡୁର ବୋଲି ଜଣାପଡୁଛି । ବର୍ତ୍ତମାନ ସୁଦ୍ଧା ମହିଳା ଜଣକ କେଉଁଠାର ବୋଲି କୌଣସି ତଥ୍ୟ ନାହି ଁ।












Click it and Unblock the Notifications