ବିମାନରେ ଯାତ୍ରା ବେଳେ ମହିଳାଙ୍କ ମୃତ୍ୟୁ, ମହାରାଷ୍ଟ୍ରରେ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ
ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜିନଗରର ଚିକାଲଥାନା ବିମାନ ବନ୍ଦରରେ ରବିବାର ରାତିରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବିମାନରେ ଥିବା ଜଣେ ୮୯ ବର୍ଷୀୟା ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଏହି ଜରୁରୀକାଳୀନ ଅବତରଣ କରାଯାଇଥିଲା । ଅବଶ୍ୟ ବିମାନବନ୍ଦରରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ଅର୍ଥ ହେଉଛି ମହିଳାଙ୍କର ମୃତ୍ୟୁ ବିମାନ ଭିତରେ ହିଁ ହୋଇଥିଲା ।
ସୂଚନା ଅନୁଯାୟୀ, ମିର୍ଜାପୁରର ୮୯ ବର୍ଷୀୟ ମହିଳା ସୁଶୀଳା ଦେବୀ ମୁମ୍ବାଇ-ବାରଣାସୀର ଇଣ୍ଡିଗୋ ଫ୍ଲାଇଟରେ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା । ୬ ତାରିଖ ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ ଉଡାଣ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପାଇଲଟ ଚିନ୍ତା କରିଥିଲେ । ପରିସ୍ଥିତି ଅଧିକ ବିଗିଡିବାର ଦେଖି ପାଇଲଟ ଛତ୍ରପତି ସଂଭାଜୀନଗର ଏୟାରପୋର୍ଟ ସହ ଯୋଗାଯୋଗ କରିଥିଲେ ।

ଏହାପରେ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପାଇଲଟଙ୍କୁ ଅନୁମତି ଦିଆଯାଇଥିଲା । ଫଳରେ ଫ୍ଲାଇଟଟି କିଛି ସମୟ ପରେ ଚିକଲଥାନା ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲା । ମହିଳାଙ୍କ ଚିକିତ୍ସା ପାଇଁ ଏୟାପୋର୍ଟରେ ମେଡିକାଲ ଟିମ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରସ୍ତୁତି କରାଯାଇଥିଲା । ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।












Click it and Unblock the Notifications