କାଳ ସାଜିଲା ରୋଲର କୋଷ୍ଟର ରାଇଡ୍, ଚାଲିଗଲା ଜଣଙ୍କ ଜୀବନ
ଦିଲ୍ଲୀର କାପଶେରା ଅଞ୍ଚଳର 'ଫନ୍ ଆଣ୍ଡ ଫୁଡ୍ ଭିଲେଜ୍'ରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଫନ୍ ଆଣ୍ଡ୍ ଫୁଡ୍ ଭିଲେଜ୍ ୱାଟର ପାର୍କରେ ଏକ ରୋଲର କୋଷ୍ଟର ଷ୍ଟାଣ୍ଡ ଭାଙ୍ଗିଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାମ ପ୍ରିୟଙ୍କା ବୋଲି ଜଣା ପଡିଛି । ସେ ତାଙ୍କ ଭାବିସ୍ବାମୀ ନିଖିଲଙ୍କ ସହ ବୁଲିବାକୁ ଯାଇଥିଲେ । ଦକ୍ଷିଣ ପଶ୍ଚିମ ଦିଲ୍ଲୀର କାପାସେରା ନିକଟସ୍ଥ ଫନ୍ ଏଣ୍ଡ ଫୁଡ୍ ୱାଟର ପାର୍କକୁ ପ୍ରିୟଙ୍କା ନାମକ ଜଣେ ମହିଳା ତାଙ୍କ ଭାବିସ୍ବାମୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ, ସେଠାରେ ରୋଲରକୋଷ୍ଟର ରାଇଡରେ ହଠାତ୍ ଦୁର୍ଘଟଣା ଘଟିବାରୁ ତାଙ୍କ ଜୀବନ ଚାଲିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ନୋଏଡାରେ ଏକ ଘରୋଇ ଟେଲିକମ୍ କମ୍ପାନୀରେ ସେଲ୍ସ ମ୍ୟାନେଜର ଭାବରେ କାମ କରୁଥିବା ପ୍ରିୟଙ୍କା ଗତ ୨୦୨୩ ବର୍ଷ ଜାନୁଆରୀରୁ ଭାବିସ୍ବାମୀ ନିଖିଲଙ୍କ ସହ ନିର୍ବନ୍ଧ କରିଥିଲେ । ଆସନ୍ତା ବର୍ଷ ୨୦୨୬ରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା ।
କୁହାଯାଉଛି ଯେ ସେ ଭାରସାମ୍ୟ ହରାଇ ରାଇଡ୍ରୁ ଖସିପଡିଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ପ୍ରିୟଙ୍କାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀ ପୋଲିସ ସୂଚନା ଦେଇଛି ଯେ ବିଏନଏସର ଧାରା ୨୮୯ /୧୦୬ ଅନୁଯାୟୀ FIR ପଞ୍ଜୀକୃତ ହୋଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି ।

ସୂଚନା ଅନୁସାରେ ପୋଷ୍ଟମର୍ଟମ ପରେ ପୋଲିସ ମୃତଦେହ ପରିବାରକୁ ହସ୍ତାନ୍ତର କରିଛି । ପ୍ରିୟଙ୍କାଙ୍କ ଭାବିସ୍ବାମୀ ଓ ପରିବାର ଫନ୍ ଆଣ୍ଡ ଫୁଡ୍ ଭିଲେଜ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି । କପାସେରା ପୋଲିସ ଷ୍ଟେସନରେ ଭାବିସ୍ବାମୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ହୋଇଛି ଯେ ୱାଟର ପାର୍କରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା । ଏହି ଦୁର୍ଘଟଣା ପରେ ୱାଟର ପାର୍କ ପରିଚାଳନା ରୋଲର କୋଷ୍ଟରକୁ ବନ୍ଦ କରିଦେଇଛି ।












Click it and Unblock the Notifications