Tirupati laddu: ପଶୁଚର୍ବି ପରେ ଏବେ ପ୍ରସାଦରୁ ମିଳିଲା ତମାଖୁ ପ୍ୟାକେଟ୍!
ହାଇଦ୍ରାବାଦ : ତିରୁପତି ଲଡୁକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଲଡୁରେ ପଶୁ ଚର୍ବି ମିଶା ଘଟଣା ଦିନକୁ ଦିନ ତେଜିବାର ଲାଗିଛି । ଅଭିଯୋଗ ଆସିବା ପରେ ସାରା ଦେଶରେ ଜାରି ରହିଛି ତୀବ୍ର ପ୍ରତିବାଦ । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ମିଶୁଛି ତମାଖୁ । ଯାହାପରେ ସାରା ଦେଶରେ ଚହଳ ପଡିଛି।
ତେଲେଙ୍ଗାନାର ଖମ୍ମାମ ଜିଲାର ଜଣେ ମହିଳା ଭକ୍ତ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଦାବି କରିଛନ୍ତି ଯେ, ତିରୁପତି ମନ୍ଦିରର ପବିତ୍ର ଲଡୁରୁ ତମାଖୁ ମିଳିଛି । ତାଙ୍କ କହିବାନୁସାରେ, ଯେତେବେଳେ ସେ ତିରୁପତି ମନ୍ଦିରର ପ୍ରସାଦ ତାଙ୍କ ଘରକୁ ଆଣିଥିଲେ, ସେତେବେଳେ ସେ ପ୍ରସାଦରେ ଏକ କାଗଜରେ ତମାଖୁ ଗୁଡା ହୋଇଥିବାର ଦେଖିବାକୁ ପାଇଥିଲେ ।ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ତେବେ ଘରକୁ ଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେପଟେ ଟ୍ରଷ୍ଟ କହିଛି, ତିରୁମାଲାରେ ବୈଷ୍ଣବ ବ୍ରାହ୍ମଣ ସମାଜ ଲଡୁ ପ୍ରସାଦ ତିଆରି କରନ୍ତି । ଏଠାରେ ଭକ୍ତିର ସହ ପ୍ରତ୍ୟେକ ଦିନ ଲକ୍ଷାଧିକ ଲଡୁ କଡ଼ାକଡ଼ି ଭାବରେ ତିଆରି କରାଯାଇଥାଏ । ଲଡୁ ତିଆରି ହେଉଥିବା ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି । ଏହାର ଅର୍ଥ, ଏହା ଉପରେ କଡ଼ା ନଜର ମଧ୍ୟ ରଖାଯାଇଥାଏ । ଟ୍ରଷ୍ଟ ଆହୁରି କହିଛି ଯେ ଲଡୁ ତିଆରିରେ ବହୁତ ସାବଧାନତା ଅବଲମ୍ବନ କରାଯିବା ସତ୍ତ୍ୱେ ତମାଖୁ ମିଳିବା କଥା କହିବା ଅତ୍ୟନ୍ତ ନିନ୍ଦନୀୟ । ଭକ୍ତମାନେ ନିଜେ ଏହାକୁ ଦେଖିପାରିବେ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications