ଛତିଶଗଡ଼ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ, ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କର କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ

ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଏହା ସମ୍ୱିଧାନ ଧାରା ୨୧କୁ ଉଲ୍ଲଂଘନ କରେ । ଜୀବନ ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ତାଙ୍କର ମୌଳିକ ଅଧିକାର, ମର୍ଯ୍ୟାଦା ଅଧିକାରର ଗ୍ୟାରେଣ୍ଟି ଦିଏ । ଏଭଳି କହିଛନ୍ତି ଛତଶଗଡ଼ ହାଇକୋର୍ଟ । ୨୦୨୪ ଜୁଲାଇ ମାସରେ ରାୟଗଡ଼ର ପରିବାର ଅଦାଲତରେ ଦାୟର ହୋଇଥିବା ଏକ ମାମଲାରେ, ପତ୍ନୀ ପ୍ରତି ମାସରେ ୨୦,୦୦୦ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ସ୍ୱାମୀଙ୍କ ଠାରୁ ଦାବି କରିଥିଲେ । ଉଭୟ ୨୦୨୩ ଏପ୍ରିଲ ୩୦ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ । କିନ୍ତୁ ବିବାହର କିଛିଦିନ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସ୍ତ୍ରୀ ସ୍ୱାମୀଙ୍କ ଉପରେ ନପୁଂସକତାର ଅଭିଯୋଗ ଆଣିଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କର ଅବୈଧ ସମ୍ପର୍କ କଥା ଉଠାଇଥିଲେ।

ଏହା ସହିତ ସ୍ୱାମୀ ନିଜ ସ୍ତ୍ରୀଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ ଦାବି କରିଥିଲେ । ସ୍ୱାମୀଙ୍କ ଏଭଳି ଆବେଦନକୁ ପରିବାର ଅଦାଲତ ଖାରଜ କରିଦେଇଥିଲାେ। ଏହା ବିରୁଦ୍ଧରେ ସ୍ୱାମୀ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଅରବିନ୍ଦ କୁମାର ବର୍ମାଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ଯେ, କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ଏବଂ ମହିଳାଙ୍କ ମର୍ଯ୍ୟାଦାର ଅଧିକାରକୁ ଉଲ୍ଲଂଘନ କରୁଛି।

Chhattisgarh High Court

ଏହା ସମ୍ବିଧାନର ଧାରା ୨୧ (ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର)ର ଉଲ୍ଲଂଘନ କରୁଛି। ଯଦି ସ୍ୱାମୀ ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ ଚାହାଁନ୍ତି, ତେବେ ସେ ନିଜର ଡାକ୍ତରୀ ପରୀକ୍ଷା କରାଇପାରିବେ । କିନ୍ତୁ ପତ୍ନୀଙ୍କର କୁମାରୀତ୍ବ ପରୀକ୍ଷା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ। ବାଇଟ: ବିଭୂତି ଭୂଷଣ ଚୌଧୁରୀ, ଆଇନଜୀବୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+