ୟୁରୋପୀୟ ସୁନ୍ଦରୀଙ୍କ ହୃଦୟରେ ରାଜ କରୁଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା, ଅଟୋଗ୍ରାଫ ଓ ସେଲ୍ପି ସାଙ୍ଗକୁ ...
ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା । ନିକଟରେ ସମାପ୍ତ ହୋଇଥିବା ଡାଇମଣ୍ଡ ଲିଗରେ ସେ ଦ୍ୱିତୀୟ ସ୍ଥାନରେ ରହି ଚଳିତ ବର୍ଷର ଅଭିଯାନ ଶେଷ କରିଛନ୍ତି । ବେଲଜିୟମସ୍ଥିତ କିଙ୍ଗ ବୋଡାଇନ ଷ୍ଟେଡିୟମରେ ନୀରଜ ମାତ୍ର ୧ ସେଣ୍ଟିମିଟର ପାଇଁ ଚାମ୍ପିୟନ ହୋଇ ପାରି ନଥିଲେ । ତଥାପି ପୁଣିଥରେ ଚମକିଛନ୍ତି ଗୋଲଲ୍ଡେନ ବୟ ନୀରଜ ।
ୟୁରୋପରୁ ଆସିଥିବା ନୀରଜଙ୍କ ଏକ ଭାଇରାଲ ଭିଡିଓରେ ରୋମାଞ୍ଚଭରା ତଥା ମଜାଳିଆ ଅନ୍ଦାଜ ଦେଖିବାକୁ ମିଳିଛି । ଭିଡିଓରେ ୟୁରୋପୀୟ ମହିଳାମାନେ ତାଙ୍କର ଅଟୋଗ୍ରାଫ ତଥା ସେଲ୍ପି ନେବା ପାଇଁ ପାଗଳ ହେଉଥିବାର ଦେଖିବାକୁ ମିଳୁଛି ।

ଭିଡିଓରେ ପ୍ରଥମେ ୟୁରେପୀୟ ସୁନ୍ଦରୀମାନେ ତାଙ୍କଠୁ ଅଟୋଗ୍ରାଫ ନେଉଛନ୍ତି । ପରେ ଆଉ କେତେକ ୟୁରେପୀୟ ଝିଅ ତାଙ୍କ ସହ ଜଣକ ପରେ ଜଣେ ସେଲ୍ଫି ନେଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ଜଣେ ୟୁରୋପୀୟ ସୁନ୍ଦରୀ ତ ଗୋଲ୍ଡେନ ବୟଙ୍କଠୁ ମୋବାଇଲ ନମ୍ବର ମାଗୁଥିବା ଭଳି ଦୃଶ୍ଯ ମଧ୍ଯ ସାଧାରଣ ଫ୍ଯାନ୍ସଙ୍କୁ ଆଶ୍ଚର୍ଯ୍ଯ କରୁଛି ।
ନୀରଜଙ୍କ ସହ ସାକ୍ଷାତ କରିବା ସମୟରେ ୟୁରେପୀୟ ସୁନ୍ଦରୀମାନେ ବେଶ୍ ଉତ୍ସାହିତ ଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଥିରୁ ପ୍ରମାଣିତ ହୋଇଯାଉଛି ଯେ, କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ଯ ଅନେକ ନୀରଜ ପ୍ରଶଂସକ ରହିଛନ୍ତି ।












Click it and Unblock the Notifications