ICUରେ ଭର୍ତ୍ତି ମହିଳାଙ୍କୁ ଇଞ୍ଜେକସନ ଦେଇ ଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
ରାଜସ୍ଥାନ ଅଲୱରରେ ସୀମା ଟପିଗଲା ବର୍ବରତା । ICUରେ ଭର୍ତ୍ତି ମହିଳାଙ୍କୁ ବି ଛାଡିଲେନି । ଅଲୱରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟିଛି। ଘଟଣାକୁ ନେଇ ଏମଆଇଏ ଥାନାରେ ରୁଜୁ ହୋଇଛି ମାମଲା। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଜଣେ ୩୨ ବର୍ଷୀୟ ବିବାହିତ ମହିଳାଙ୍କୁ ଚିକିତ୍ସା ପାଇଁ ଏହି ESIC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗ ହୋଇଛି ଯେ ୪ ଜୁନ୍ ରାତିରେ ହସ୍ପିଟାଲର ନର୍ସିଂ କର୍ମଚାରୀ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ।
ସକାଳେ ପୀଡିତା ଚେତା ଫେରିବା ପରେ ସେ ପରିବାରକୁ ଦୁଷ୍କର୍ମ ବିଷୟରେ ଜଣାଇଥିଲେ । ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ମେଡିକାଲ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ମାମଲାକୁ ଚାପି ଦେବାକୁ ପ୍ରୟାସ କରୁଛି । ପୋଲିସ୍ ଏହି ମାମଲାରେ ଏକ ଏଫଆଇଆର୍ ରୁଜୁ କରିଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ତାଙ୍କ ବୟାନ ରେକର୍ଡ ହୋଇଛି ।
ASI ମହାବୀର ସିଂହ କହିଛନ୍ତି ଘଟଣା ଜୁନ୍ ୪ ରାତିର । ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ୩୨ ବର୍ଷୀୟା ମହିଳାଙ୍କୁ ନର୍ସିଂ ଷ୍ଟାଫ୍ ନିଶା ଇଞ୍ଜେକସନ୍ ଦେଇ ଦୁଷ୍କର୍ମ କରିଥିବା ରିପୋର୍ଟ ଦାଖଲ କରାଯାଇଛି । ଯେଉଁଥିରେ ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏହା ଅଭିଯୋଗ ହୋଇଛି ଯେ ହସ୍ପିଟାଲ ପ୍ରଶାସନ ସମ୍ପୂର୍ଣ୍ଣ ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛି। ପୀଡିତା ଏହି ମାମଲାରେ ଜିଲ୍ଲା ପ୍ରଶାସନ ADM ବିଣା ମହାଭରଙ୍କ ସହାୟତା ଲୋଡିଛନ୍ତି।
ADM MIA ପୋଲିସ ଷ୍ଟେସନକୁ ଡକାଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମେଡିକାଲ କଲେଜର ଡିନ୍ ଡାକ୍ତର ଅସୀମ ଦାସ କହିଛନ୍ତି ଯେ ମାମଲା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏହାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି । ସେହି ଟିମ୍ ଶନିବାର ସୁଦ୍ଧା ତାଙ୍କର ରିପୋର୍ଟ ଦାଖଲ କରିବ। ଏହି ମାମଲାରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।












Click it and Unblock the Notifications