ଗଧିଆ ଆତଙ୍କ ;ଘରେ ପଶି ୧୧ ପିଲାଙ୍କ ଉପରେ କଲା ଆକ୍ରମଣ

ଉତ୍ତରପ୍ରଦେଶର ବାହାରାଇଚରେ ମଣିଷ ଖିଆ ଗଧିଆର ଆତଙ୍କ ଜାରି ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗସ୍ତ କରି ସାରିଛନ୍ତି । ପୁଣି ଏଠାରେ ଗଧିଆ ଆଉ ଏକ ୧୧ ବର୍ଷୀୟ ଶିଶୁକୁ ଆକ୍ରମଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶିଶୁ ଜଣକ ନିଜ ପରିବାର ଲୋକଙ୍କ ସହ ଛାତ ଉପରେ ଶୋଇଥିବା ସମୟରେ ଗଧିଆ ଆକ୍ରମଣର ଶିକାର ହୋଇଛି । ଶିଶୁଟିର ଭଉଣୀର ନିଦ ଭାଙ୍ଗି ଯିବାରୁ ସେ ଖୁବ୍‌ ଜୋରରେ ଚିତ୍କାର କରିଥିଲା । ପରିବାର ଲୋକେ ଦେଖିଲା ବେଳକୁ ଗଧିଆ ଶିଶୁଟିର ବେକକୁ ଧରି ଟାଣି ଟାଣି ନେଉଛି ।

ସେହି ସମୟରେ ପରିବାର ଲୋକେ କୌଣସି ପ୍ରକାରେ ଗଧିଆକୁ ସେଠାରୁ ଦୂର କରି ପିଲାଟିର ଜୀବନ ରକ୍ଷା କରିଥିଲେ । ଏହି ଘଟଣା ବାହାରାଇଚର ପିପରୀ ମୋହନ ଗାଁର । ଗୁରୁତର ଅବସ୍ଥାରେ ଶିଶୁକୁୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Wolves terrorized

ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବାହାରାଇଚ ଗସ୍ତରେ ଯାଇଥିଲେ । ସେହି ସମୟରେ ସେ କହିଥିଲେ ଗଧିଆକୁ ଧରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଗତ ୨ ମାସ ମଧ୍ୟରେ ଏଠାରେ ୨୦ ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏକାଧିକ ଗଧିଆ ଧରାପଡିଛନ୍ତି ।
ଧରାନପଡିଲେ ଶେଷରେ ଗଧିଆଙ୍କୁ ଗୁଳିମାରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+