ଏହି ରାଜ୍ୟରେ ଜୁନ୍ ୭ ଯାଏଁ ବଢ଼ିଲା ଲକଡାଉନ, ୧୫ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ
ଆସନ୍ତା ଜୁନ ୭ ତାରିଖ ଯାଏଁ ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଲକଡାଉନରେ ଅନେକାଂଶରେ କଟକଣା କୋହଳ କରଯାଇଛି ।
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ତୁଳନାତ୍ମକ ଭାବେ କମ୍ ଥିବାବେଳେ ଭୟ କିନ୍ତୁ କମିନାହିଁ। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍ଡାଉନ୍ ଅବଧି ବଢ଼ାଇବାରେ ଲାଗିଛନ୍ତି। ଏହି କ୍ରମରେ ହରିୟାଣାରେ ଲକ୍ଡାଉନ୍ ବୃଦ୍ଧି ହୋଇଛି।

ଆସନ୍ତା ଜୁନ ୭ ତାରିଖ ଯାଏଁ ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଲକଡାଉନରେ ଅନେକାଂଶରେ କଟକଣା କୋହଳ କରଯାଇଛି । ଯେପରି କି ସକାଳ 9ରୁ ଦିନ 3ଟା ଯାଏଁ ଦୋକାନ ବଜାର ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ମଧ୍ୟରେ କେତେକ ସ୍ଥାନରେ ଦୋଖାନ ଖୋଲିବାକୁ କୁହାଯାଇଛି ।
ଏହାସହିତ ମଲ୍ଗୁଡ଼ିକ କେତେକ ସର୍ତ୍ତ ମାନି କଟକଣା ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ କଟକଣା ମାନି ମଲ୍ ଖୋଲି ପାରିବ। ହେଲେ ମଲ୍ ଭିତରକୁ ପ୍ରବେଶ ପାଇଁ କେତେକ ନିୟମ ଓ ସର୍ତ୍ତ ରଖାଯାଇଛି। ୧୦୦୦ ବର୍ଗ ଫୁଟ ବିଶିଷ୍ଟ ମଲ୍ରେ ଗୋଟିଏ ଥରରେ ୪୦ ଲୋକ ପ୍ରବେଶ ଅନୁମତି ଦିଆଯାଇଛି। ପ୍ରବେଶ କରିବାର ନିର୍ଦ୍ଦିଷ୍ଟ ସମୟ ଭିତରେ ମଲ୍ ଛାଡ଼ିବାକୁ କୁହାଯାଇଛି।
ଅନ୍ୟପଟେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଜୁନ୍ ୧୫ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଥବା ସହ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ କଟକଣା ଜାରି କରାଯାଇଛି।












Click it and Unblock the Notifications