ଭାରତର ଆକ୍ଟ-ଇଷ୍ଟ ନୀତି ଆସିଆନ୍ ସଦସ୍ୟ ରାଷ୍ଟ୍ର ଗୁଡ଼ିକ ସହ ସମ୍ପର୍କକୁ ଅଧିକ ଗତିଶୀଳ କରିଛି; ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ଆକ୍ଟ-ଇଷ୍ଟ ନୀତି ଆସିଆନ୍ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ଅଧିକ ଗତିଶୀଳ କରିଛି । ଏକବିଂଶ ଶତାବ୍ଦୀ ଭାରତ ଓ ଆସିଆନ୍ ଦେଶଗୁଡ଼ିକର ଶତାବ୍ଦୀ ବୋଲି ସେ ଗୁରୁତ୍ୱ ଦେଇଛନ୍ତି । ଲାଓ ପି.ଡି.ଆର୍.ର ଭିଏଣ୍ଟିଆନଠାରେ ଆୟୋଜିତ ଭାରତ- ଆସିଆନ୍ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ସେ କହିଛନ୍ତି, ଭାରତ ଓ ଆସିଆନ୍ ରାଷ୍ଟ୍ରସମୂହ ଶାନ୍ତିପ୍ରିୟ ଏବଂ ସେମାନେ ପରସ୍ପରର ଆଖଣ୍ଡତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦିଅନ୍ତି । ସାମ୍ପ୍ରତିକ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ଆସିଆନ୍ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବନ୍ଧୁତା, ସହଯୋଗ ଏବଂ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଗତ ୧୦ ବର୍ଷ ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣ ବୃଦ୍ଧିପାଇଁ ୧୩ ହଜାର କୋଟି ଡଲାରରେ ପହଞ୍ଚୁଛି ।

ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ୭ଟି ଦେଶ ସହ ଭାରତର ସିଧାସଳଖ ବିମାନସେବା ରହିଛି । ବୁନେଇ ସହ ଖୁବ୍ ଶୀଘ୍ର ସିଧାସଳଖ ବିମାନ ସେବା ଆରମ୍ଭ ହେବ । ତିମୋର-ଲିସ୍ତେ'ରେ ଭାରତ ନୂତନ ଦୂତାବାସ ଖୋଲିଛି ଏବଂ ସିଙ୍ଗାପୁର ସହ ଫିଟେକ୍ ସଂଯୋଗ ମଧ୍ୟ ସ୍ଥାପନ କରିଛି । ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସିଙ୍ଗାପୁରୁ ହେଉଛି ପ୍ରଥମ ଦେଶ, ଯାହା ସହ ଭାରତ ଫିଟେକ୍ ଯୋଗାଯୋଗ ଆରମ୍ଭ କରିଛି ।

Narendra modi

ଲାଓ ପି.ଡି.ଆର୍.ର ଭିଏଣ୍ଟିଆନାଠାରେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାକାର ଗୃହମନ୍ତ୍ରୀ ଭିଲେଭୋଙ୍ଗ ବୌଦ୍ଧଖମ୍ ତାଙ୍କୁ ସ୍ଵାଗତ କରିଥିଲେ । ଲୁଆଙ୍ଗ ପ୍ରବାଙ୍ଗର ସମ୍ମାନଜନକ ରୟାଲ୍ ଏଟର୍‌ଦ୍ଵାରା ପରିବେଶିତ ଲାଓ ରାମାୟଣ-ଫାଲାକ୍ ଫାଲମ୍ ପ୍ରଧାନମନ୍ତ୍ରୀ ଦେଖୁଥିଲେ । ଏହା ହେଉଛି ପ୍ରାଚୀନ ମହାକାବ୍ୟ ରାମାୟଣର ଲାଓ ରୂପାନ୍ତର । ଲାଓ ପି.ଡି.ଆର୍.ର କେନ୍ଦ୍ରିୟ ବୌଦ୍ଧ ଫେଲୋସିପ୍ ସଙ୍ଗଠନର ସଦସ୍ୟଙ୍କଦ୍ଵାରା ଆୟୋଜିତ ଏକ ଆଶୀର୍ବାଦ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।

ଏହି ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆସିଆନ୍ ସଦସ୍ୟ ରାଷ୍ଟ୍ର ଗୁଡ଼ିକ ସହ ଦ୍ଵିପାକ୍ଷିକ ସମ୍ପର୍କରେ ଆଲୋଚନା କରିବେ । ଭିଏଣ୍ଟିଆନରେ ହେବାକୁ ଥିବା ୧୯ତମ ପୂର୍ବ ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+