Get Updates
Get notified of breaking news, exclusive insights, and must-see stories!

୩୦୦ କର୍ମଚାରୀଙ୍କୁ ଛଟେଇ କଲା Wipro, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ପ୍ରସିଦ୍ଧ ଆଇଟି କମ୍ପାନୀ ୱିପ୍ରୋ ୩୦୦ କର୍ମଚାରୀଙ୍କୁ ଚାକିରିରୁ କଲା ଛଟେଇ । ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ ।

ନୂଆଦିଲ୍ଲୀ: ପ୍ରସିଦ୍ଧ ଆଇଟି କମ୍ପାନୀ ୱିପ୍ରୋ ୩୦୦ କର୍ମଚାରୀଙ୍କୁ ଚାକିରିରୁ କଲା ଛଟେଇ । ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ । ୱିପ୍ରୋରେ ଚାକିରି କରୁଥାଇ ମଧ୍ୟ ଅନ୍ୟ ସ୍ଥାନରେ ଲୁଚି ଲୁଚି ଚାକିରି କରୁଥିବା କର୍ମଚାରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Wipro Lays Off 300 Employees

କୋଭିଡ୍ ଆସିବା ପରେ ୱାର୍କଫ୍ରମ ହୋମ ଫର୍ମୁଲାକୁ ଆପଣା ଯାଇଥିଲା । କର୍ମଚାରୀମାନେ ଘରେ ରହି ନିଜ କମ୍ପାନୀ ସହ ଅନ୍ୟ କମ୍ପାନୀ ପାଇଁ କାମ କରିବା ଆରମ୍ଭ କଲେ। ଏହାକୁ ମୁନଲାଇଟିଂ କୁହାଯାଉଛି । ତେବେ ୱିପ୍ରୋ ଚେୟାରମ୍ୟାନ ରିଶଦ ପ୍ରେମଜୀ କହିଛନ୍ତି, ଗତ ଦୁଇ ତିନ ମାସ ହେଲା ୱିପ୍ରୋର କିଛି କର୍ମଚାରୀ ମୁନଲାଇଟିଂ କରୁଥିବା ଖବର ମିଳିଥିଲା । ଆଉ ଏହା ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନୀ ସହ ବିଶ୍ୱାସଘାତକ କରୁଥିବା ଏଭଳି କର୍ମଚାରୀଙ୍କ ପାଇଁ ସଂସ୍ଥାରେ କୌଣସି ସ୍ଥାନ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ବୁଧବାର ଅଲ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନକୁ ସମ୍ବୋଧିତ କରି ପ୍ରେମଜୀ କହଛନ୍ତି, ମୁନଲାଇଟିଂ-ଚାକିରି ପ୍ରତି ନିଷ୍ଠାର ଖୋଲାଖୋଲି ଉଲ୍ଲଂଘନ । ୱିପ୍ରୋ ପକ୍ଷରୁ ମୁନଲାଇଟିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କର୍ପୋରେଟ ଜଗତରେ ହଇଚଇ ଖେଳି ଯାଇଛି । ଏନେଇ ବିଭିନ୍ନ ଆଇଟି ଫାର୍ମ ନିଜ କର୍ମଚାରୀଙ୍କୁ ସତର୍କ କରାଇ ଦେଇଛନ୍ତି । ମୁନଲାଇଟିଂ ପାଇଁ ପ୍ରଥମ ଆଇଟି କମ୍ପାନୀ ଭାବେ ୱିପ୍ରୋ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଛି ।

ମୁନଲାଇଟିଂ କଣ ?

ମୁନଲାଇଟିଂ ହେଉଛି ଜଣେ ଗୋଟିଏ ସଂସ୍ଥାର ପୂର୍ଣ୍ଣକାଳୀନ ଚାକିରି ବ୍ୟତୀତ ଅନ୍ୟ କମ୍ପାନୀ ପାଇଁ କାମ କରିବା । ଗୋଟିଏ କମ୍ପାନୀ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇ ଅନ୍ୟ କମ୍ପାନୀ ପାଇଁ କାମ କରିବାକୁ ମୁନଲାଇଟିଂ କୁହାଯାଉଛି। ନିଯୁକ୍ତିଦାତା କମ୍ପାନୀର ଅଜ୍ଞାତସାର ଓ ବିନା ସ୍ୱିକୃତୀରେ କର୍ମଚାରୀମାନେ ଅଧିକ ଅର୍ଥ ଲୋଭରେ କାମ କରିଥାନ୍ତି। ଏହି ମୁନଲାଇଟିଂକୁ ନେଇ ଦେଶର ପ୍ରମୁଖ ଆଇଟି କଂପାନି ଚିନ୍ତା ପ୍ରକଟ କରିଛନ୍ତି।ତେବେ ଇନଫୋସିସ୍ କମ୍ପାନୀ କର୍ମଚାରୀଙ୍କୁ ସତର୍କ କରାଇଦେଇ କହିଛି, କମ୍ପାନୀର ବିନା ଜାଣତରେ ମୁନଲାଇଟିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+