ଉତ୍ତରାଖଣ୍ଡରେ ଏବେ ସବୁଋତୁରେ ପର୍ଯ୍ୟଟନର ବିକାଶ ହେବ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡକୁ ବର୍ଷତମାମ ପର୍ଯ୍ୟଟନସ୍ଥଳୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉତ୍ତର କାଶୀର ହରସିଲ୍ ଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଜ୍ୟ ପାଇଁ ଶୀତକାଳୀନ ପର୍ଯ୍ୟଟନର ଗୁରୁତ୍ୱ ଉପରେ କହିଛନ୍ତି । ସେ କହିଛନ୍ତି, ଉତ୍ତରାଖଣ୍ଡରେ ଏବେ ସବୁଋତୁରେ ପର୍ଯ୍ୟଟନର ବିକାଶ ହେବ, କୌଣସି ଋତୁ ଆଉ ଅଫ୍ ସିଜିନ୍ ହେବନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ଦଶନ୍ଧି ଉତ୍ତରାଖଣ୍ଡ ପାଇଁ ପ୍ରଗତିର ନୂତନ ମାର୍ଗ ଉନ୍ମୁକ୍ତ କରିଛି । କେବଳ ଶୀତଦିନେ ହୋମ୍ ଷ୍ଟେ୍ ଓ ହୋଟେଲ୍ ଯୋଗୁଁ ସୃଷ୍ଟି ହେଉଥିବା ଆର୍ଥିକ ଅସନ୍ତୁଳନ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଏହି ଋତୁରେ ଉତ୍ତରାଖଣ୍ଡର ବାସ୍ତବ ସୌନ୍ଦର୍ଯ୍ୟ ପ୍ରକାଶ ପାଇଛି । ବର୍ଷକୁ ୩୬୫ ଦିନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟକମାନଙ୍କୁ ଉତ୍ତରାଖଣ୍ଡର ଦିବ୍ୟ ଆକର୍ଷଣ ଅନୁଭବ କରିବା ଏବଂ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଚାରିଧାମ ସଡ଼କ ପ୍ରକଳ୍ପ, ରେଳ ସଂପ୍ରସାରଣ, ବିମାନ ଯୋଗାଯୋଗ ଏବଂ ରୋପ୍ୱେ ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ବିକଶିତ କରିବ ଏବଂ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଯାତ୍ରାକୁ ସହଜ କରିବ ।

ପ୍ରଧାନମନ୍ତ୍ରୀ ଡେଷ୍ଟିନେସନ୍ ୱେଡିଂ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗାଦେବୀଙ୍କ ଶୀତକାଳୀନ ବାସସ୍ଥଳୀ ମୁଖବା ଗ୍ରାମରେ ଏକ ସ୍ୱତନ୍ତ୍ର ପୂଜା କରିଥିଲେ । ସ୍ଥାନୀୟ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଲୋକବାଦ୍ୟ ସହ ଭବ୍ୟ ସ୍ୱାଗତ କରିଥିଲେ । ପରେ ଶ୍ରୀ ମୋଦୀ ଟ୍ରେକିଙ୍ଗ୍ ଏବଂ ବାଇକିଙ୍ଗ୍ ର୍ୟାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।












Click it and Unblock the Notifications