Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ, ୨ରେ ସର୍ବଦଳୀୟ ବୈଠକ

Parliament Winter Session: ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ ଯାହା ୨୨ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଡିସେମ୍ବର ୨ ରେ କେନ୍ଦ୍ର ଏକ ସର୍ବଦଳୀୟ ବୈଠକ ଡାକିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି ।

ଏଥର ସଂସଦର ଶୀତକାଳୀନ ଅଧିବେଶନ ୪ ଡିସେମ୍ବରରୁ ଆରମ୍ଭ ହୋଇ ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ, ୧୯ ଦିନରେ ସମୁଦାୟ ୧୫ଟି ସଭା ଅନୁଷ୍ଠିତ ହେବ । ଏହାପୂର୍ବରୁ ଯୋଶୀ କହିଥିଲେ ଯେ ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇପାରେ। ସଂସଦର ଏହି ଶୀତକାଳୀନ ଅଧିବେଶନକୁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଗତ କରାଯିବ । IPCC, CIPC ଏବଂ ପ୍ରମାଣ ଆଇନକୁ ବଦଳ କରିବା ପାଇଁ ବିଲ୍ ଅଣାଯିବ । ସେହିପରି ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ବିଲ୍ ଆଗତ କରାଯିବ ।

Parliament

ତେବେ ସାଧାରଣତଃ ଶୀତ ଅଧୀବେଶନ ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହୋଇ ଡିସେମ୍ବର ୨୫ ତାରିଖ ପୂର୍ବରୁ ଶେଷ ହୋଇଥାଏ । ହେଲେ ଏଥର ୪ ଡିସେମ୍ବରରୁ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+