ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ,
ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖ ସୋମବାରଠାରୁ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ, ମୋଦୀ ସରକାର ଲୋକସଭା ଏବଂ ରାଜ୍ୟସଭାରେ ଆଗତ ହେବାକୁ ଥିବା ୧୪ ଟି ବିଲର ଏକ ତାଲିକା ପ୍ରସ୍ତୁତ କରିଛନ୍ତି।
ଏହି ବିଲ୍ ସମେତ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି। ଏଥିମଧ୍ୟରୁ ଚଣ୍ଡିଗଡ଼କୁ ନେଇ ଆସିବାକୁ ଥିବା ବିଲକୁ ନେଇ ଏବେଠାରୁ ସ୍ଥିତି ବିବାଦୀୟ ରହିଛି । ଏହି ବିଲକୁ ଆପ, କଂଗ୍ରେସ ଓ ଅକାଳୀ ଦଳ ବିରୋଧ କରୁଛନ୍ତି । ସୋମବାର ଅର୍ଥାତ୍ ଶୀତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ରହିବ ।













Click it and Unblock the Notifications