ଆଜିଠାରୁ ସଂସଦର ଶୀତ ଅଧିବେଶନ; SIRକୁ ନେଇ କମ୍ପିବ ଗୃହ

ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ। ଏସଆଇର ସମେତ ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ। ଉଭୟ ଓ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧି ରଣନୀତି ପ୍ରସ୍ତୁତ କରିଥିବା ବେଳେ କାଉଣ୍ଟର କରିବାକୁ ପ୍ରସ୍ତୁତ ଶାସକ ଦଳ । ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ସ୍ପଷ୍ଟ କରିଛନ୍ତି ଯେ ଯଦି ଏସଆଇଆର ଉପରେ ଆଲୋଚନା ନହୁଏ ତେବେ ସଂସଦକୁ ଅଚଳ କରିଦିଆଯିବ ।

Winter session

ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି । ସେପଟେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ୩୬ ରାଜନୈତିକ ଦଳର ୫୦ରୁ ଉର୍ଦ୍ଧ୍ବ ନେତା ଅଂଶଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏସଆଇଆ ବ୍ୟତୀତ, ବିରୋଧୀ ଦଳ ଦିଲ୍ଲୀ ବୋମା ବିସ୍ଫୋରଣ, ଜାତୀୟ ସୁରକ୍ଷା, ବାୟୁ ପ୍ରଦୂଷଣ ଏବଂ ବୈଦେଶିକ ନୀତି ଉପରେ ମଧ୍ୟ ଆଲୋଚନା କରିବାକୁ ଦାବି କରିଛନ୍ତି ।

ସେହିପରି ରାଜ୍ୟସଭାର କାର୍ଯ୍ୟ ପରାମର୍ଶଦାତା କମିଟିରେ ସରକାର ବନ୍ଦେ ମାତରମର ୧୫୦ତମ ବାର୍ଷିକୀ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ବିହାର ନିର୍ବାଚନରେ ପରାଜୟ ପରେ, ବିରୋଧୀ ଦଳ ଏହି ଅଧିବେଶନକୁ ଏକ ସୁଯୋଗ ଭାବରେ ଦେଖୁଛନ୍ତି । ଏସଆଇଆର ପ୍ରସଙ୍ଗ କେବଳ କଂଗ୍ରେସ ପାଇଁ ନୁହେଁ ବରଂ ଟିଏମସି, ଡିଏମକେ ଏବଂ ସିପିଆଇ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳରେ ନିର୍ବାଚନ ହେବାକୁ ଯାଉଛି। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଏସଆଇଆର ମାଧ୍ୟମରେ ଭୋଟର ତାଲିକାରେ ହେରଫେର କରିପାରେ ଶାସକ ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+