ଟ୍ରକକୁ ଧକ୍କା ଦେଲା କାର୍,୪ ମୃତ

ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଛି କାର୍। ଏହି ଦୁର୍ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସୂଚନାରୁ ପ୍ରକାଶ, ପାଣିପତ-ଖାତିମା ରାଜପଥର ବୁଟ୍ରାଡା ଫ୍ଲାଏଓଭର ନିକଟରେ ଏକ ଦ୍ରୁତଗାମୀ ସ୍ୱିଫ୍ଟ କାର ଠିଆ ହୋଇଥିବା ଏକ ଟ୍ରକରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ କାରଟି ଭାଙ୍ଗି ଚୂର୍ଣ୍ଣା ହୋଇଯାଇଥିଲା। ଫଳରେ ଭିତରେ ଥିବା ୪ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା। ଦୁର୍ଘଟଣାଗ୍ରସ୍ଥ ହୋଇଥିବା ସ୍ୱିଫ୍ଟ କାର୍‌ଟି ଚରଖି ଦାଦରିର ବୋଲି ଅନୁମାନ କରାଯାଉଛି।

road

ଚାରି ଯୁବକ କାର୍ ଯୋଗେ ମୁଜାଫରନଗର ଅଭିମୁଖେ ଯାଉଥିଲେ। ଯେତେବେଳେ ସେମାନେ ବୁଟ୍ରାଡା ଫ୍ଲାଏଓଭର ପାଖରେ ପହଞ୍ଚିଲେ, କାରଟି ହଠାତ୍ ନିୟନ୍ତ୍ରଣ ହରାଇ ଛିଡା ହୋଇଥିବା ଏକ ଟ୍ରକର ପଛପଟେ ଧକ୍କା ହୋଇଥିଲା। ଘଟଣା ସମ୍ପର୍କରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ଏହା ସହ ପୋଲିସ ଟ୍ରକଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭର ବର୍ତ୍ତମାନ ଫେରାର୍ ଅଛି। ଘଟଣାସ୍ଥଳର ତଦନ୍ତ ସମୟରେ, କାର ଭିତରେ ମଦ ବୋତଲ ମଧ୍ୟ ମିଳିଥିଲା। ଏହା ସନ୍ଦେହ ସୃଷ୍ଟି କରୁଛି ଯେ ଦୁର୍ଘଟଣା ସମୟରେ କାରରେ ଥିବା ଯୁବକମାନେ ନିଶାଗ୍ରସ୍ତ ଥିଲେ। ମୃତଦେହଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ପଠାଇଛି ପୋଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+