ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ, ୨୧ ବିଧେୟକ ହେବ ଆଗତ
Parliament winter session: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର 22 ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ 15 ଟି ବୈଠକ ହେବା ନେଇ ସୂଚନା ରହିଛି । ଗୋଟେ ପଟେ ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସିହିତ ଥିବେ ବେଳେ ଆଜି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ବିରୋଧୀ । ମଣିପୁରରେ ଯାଞ୍ଚ କମିଟିର ଦୁରୁପଯୋଗ ପ୍ରସଙ୍ଗ ଉଠାଇ ସରକାଙ୍କୁ ଟାର୍ଗେଟ୍ କରିବେ ବିରୋଧୀ ।
ଆଜି ପ୍ରଥମ ଦିନରେ ମହୁଆ ମୈତ୍ରା ମାମଲାରେ ଲୋକସଭା ଏଥିକ୍ସ କମିଟି ନିଜ ରିପୋର୍ଟ ଉପସ୍ଥାପିକ କରିବ । ମହୁଆ ମୈତ୍ରଙ୍କ ବିରୋଧରେ 'ଟଙ୍କା ନେଇ ପ୍ରଶ୍ନ ପଚାରିବା' ଅଭିଯୋଗ ଉପରେ ଶୀତ ଅଧିବେଶନର ପ୍ରଥମ ଦିନରେ ନୈତିକ କମିଟି ଲୋକସଭାରେ ଏହାର ରିପୋର୍ଟ ଉପସ୍ଥାପନ କରିବ। କମିଟି ମହୁଆଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦେଇଛି। ଯଦି ଗୃହ ଏହି ରିପୋର୍ଟକୁ ଗ୍ରହଣ କରେ ତେବେ ମହୁଆ ମୈତ୍ର ବହିଷ୍କାର କରାଯିବ ।

ସୂଚନାଥାଉ ଯେ, ଶୀତ ଅଧିବେଶନ ଡିସେମ୍ବର 4 ରୁ ଆରମ୍ଭ ହୋଇ ଡିସେମ୍ବର 22ରେ ଶେଷ ହେବ । ଏହି ଅଧିବେଶନରେ ମୋଟ୍ 15 ଟି ବୈଠକ ହେବ ଯେଉଁଥିରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା କରାଯାଇପାରିବ । ସଂସଦରେ ସମୁଦାୟ 37 ଟି ବିଲ୍ ବିଚାରାଧୀନ ଅଛି, ସେଥିମଧ୍ୟରୁ 12 ଟି ବିଚାର ଏବଂ ପାସ୍ ପାଇଁ ତାଲିକାଭୁକ୍ତ । 7ଟି ବିଲ୍ ଆଗତ, ବିଚାର ଏବଂ ପାସ୍ ହେବାର କାର୍ଯ୍ୟକ୍ରମ ରହିଛି। ବ୍ରିଟିଶ ଯୁଗର ତିନୋଟି ଅପରାଧିକ ଆଇନ, ଭାରତୀୟ ଦଣ୍ଡ ସଂହିତା, ଅପରାଧିକ ପ୍ରକ୍ରିୟା ଏବଂ ପ୍ରମାଣ ଆଇନକୁ ପରିବର୍ତ୍ତନ କରିବା ପାଇଁ ଅଣାଯାଇଥିବା ବିଲ୍ ମଧ୍ୟ ଏଥିରେ ସାମିଲ ଅଛି ।












Click it and Unblock the Notifications