For Quick Alerts
Turn On Notification  
For Daily Alerts
Oneindia App Download

Winter Session 2021 Live Update : ସଂସଦର ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

ସଂସଦର ଶୀତ ଅଧିବେଶନ ନଭେମ୍ବର 29 ରୁ ଡିସେମ୍ବର 23 ପର୍ଯ୍ୟନ୍ତ ଚାଲିବ ।

By Staff
|

parliament

ନୂଆଦିଲ୍ଲୀ : ନଭେମ୍ବର 29 ରୁ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି । ଡିସେମ୍ବର 23 ରେ ଶେଷ ହେବାକୁ ଥିବା ଏହି ଅଧିବେଶନକୁ ଗୋଟିଏ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଗୋଷଣା କରାଯାଇଛି ।

ରାଜ୍ୟସଭାରୁ 12 ଜଣ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ବିରୋଧ ଏବଂ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା । ବିରୋଧୀ ଆରମ୍ଭରୁ ଏହି ନିଲମ୍ବନ ପ୍ରତ୍ୟାହାର କରିବା ନେଇ ଦାବି କରୁଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟାନାଇଡ଼ୁ ପ୍ରତ୍ୟାହାର ଆବେଦନକୁ ଖାରଜ କରି ଦେଇଥିଲେ । ଏହା ବ୍ୟତୀତ ଲକ୍ଷ୍ମୀପୁର ଖେରୀ ମାମଲାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଜାରି ରଖିଥିଲେ ।

ଶୀତକାଳୀନ ଅଧିବେଶନର ପ୍ରତିଟି ଟିକିନିଖି ଖବର ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ

Newest First Oldest First
11:27 AM, 22 Dec

ରାଜ୍ୟସବା ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ।
11:26 AM, 22 Dec

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ।
11:02 AM, 22 Dec

ଆଜି ସଂସଦରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ କରିବା ପାଇଁ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ 12 ନିଲମ୍ବିତ ସାଂସଦଙ୍କ ସହ ଏକ ବୈଠକରେ ଯୋଗଦେବେ । ମଙ୍ଗଳବାର ଦିନ ଏହି ଅଧିବେଶନ ପାଇଁ ତାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି ।
9:43 AM, 22 Dec

ଆଜି ପୁନର୍ବାର ରାଜ୍ୟସଭାରେ ବିନିଯୋଗ (ସଂଖ୍ୟଙ୍କ 5) ବିଲ୍ 2021 ଉପରେ ଆଲୋଚନା ହେବ ।
9:11 AM, 22 Dec

ଲକ୍ଷ୍ମୀପୁର ଖେରୀ ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ତୁରନ୍ତ ଇସ୍ତପଫା ଦାବି କରି କଂଗ୍ରେସ ସାଂସଦ ମଣିକମ୍ ଟାଗୋର ମୁଲତବୀ ପ୍ରସ୍ତାବ ଦେଇଛନ୍ତି ।
4:02 PM, 21 Dec

ଲୋକସଭା ଦ୍ୱାରା ପାରିତ ହୋଇଥିବା ନିର୍ବାଚନ ଆଇନ ସଂଶୋଧନ ବିଲ୍, 2021 ମଧ୍ୟ ଆଜି ଭଏସ୍ ଭୋଟ୍ ଦେଇ ରାଜ୍ୟସଭା ଦ୍ୱାରା ପାରିତ ହୋଇଛି ।
3:08 PM, 21 Dec

ଆମେ ବାରମ୍ବାର କହିଛୁ ଯେ ଜଣେ ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ଜିପ୍ ଚଢାଇଦେଇଛନ୍ତି, ଏହା ଏକ ଷଡଯନ୍ତ୍ର, ପ୍ରଧାନମନ୍ତ୍ରୀ ସେହି ମନ୍ତ୍ରୀଙ୍କ ବିଷୟରେ କିଛି କରି ନାହାଁନ୍ତି । ଏହି ବ୍ୟକ୍ତିଙ୍କୁ ଜେଲରେ ରଖି ଆମେ ଦେଖାଇବୁ, ଛାଡିବୁ ନାହିଁ: ରାହୁଲ ଗାନ୍ଧୀ, କଂଗ୍ରେସ
10:38 AM, 21 Dec

ନିର୍ବାଚନ ସଂସ୍କାର (ସଂଶୋଧନ) ବିଲ୍ 2021 ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ । ସୋମବାର ଲୋକସଭା ଏହି ବିଲ୍ ପାରିତ କରିଛି ।
5:22 PM, 20 Dec

ଆସନ୍ତାକାଲି, 21 ଡିସେମ୍ବର ସକାଳ ପର୍ଯ୍ୟନ୍ତ ଲୋକସଭାର ପ୍ରକ୍ରିୟା ମୁଲତବୀ ରଖାଯାଇଛି ।
5:21 PM, 20 Dec

ଲୋକସଭା ଜୈବ ବିବିଧତା ବିଲ୍ ଯାଞ୍ଚ ପାଇଁ ମିଳିତ କମିଟି ନିକଟକୁ ପଠାଇଛି ।
5:21 PM, 20 Dec

'ନିର୍ବାଚନ ଆଇନ (ସଂଶୋଧନ) ବିଲ୍, 2021' ଲୋକସଭାରେ ପାରିତ ହୋଇଛି ।
1:15 PM, 20 Dec

ବିରୋଧୀଙ୍କ ଉତ୍ତେଜନା ମଧ୍ୟରେ ଲୋକସଭାର ପ୍ରକ୍ରିୟା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ।
11:32 AM, 20 Dec

ଲଦାଖ କୁ ରାଜ୍ୟ ମାନ୍ୟତା ଦେବା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ମୁଲତବୀ ନୋଟିସ ଦେଇଛନ୍ତି ।
11:29 AM, 20 Dec

ସିପିଆଇ (ଏମ୍) ସାଂସଦ ଜନ୍ ବ୍ରିଟାସ୍ ନିୟମ 256 (2) ଅନୁଯାୟୀ 12 ଜଣ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି ।
11:29 AM, 20 Dec

ସାଂସଦଙ୍କ ନିଲମ୍ବନକୁ ନେଇ ସଂସଦରେ ଚାଲିଥିବା ଅସନ୍ତୋଷର ସମାଧାନ ପାଇଁ ସରକାର ଚାରି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଇଥିଲେ ମଧ୍ୟ ବିରୋଧୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
5:20 PM, 17 Dec

ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ବିରୋଧୀ ସାଂସଦଙ୍କ ଉତ୍ତେଜନା ମଧ୍ୟରେ ଲୋକସଭାକୁ ଡିସେମ୍ବର 20 ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
12:34 PM, 17 Dec

ଲକ୍ଷ୍ମୀପୁର ଖେରୀ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ଆଲୋଡ଼ନ ମଧ୍ୟରେ ଲୋକସଭା ପ୍ରକ୍ରିୟା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ।
12:33 PM, 17 Dec

ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ସୋମବାର ସକାଳ ପର୍ଯ୍ୟନ୍ତ ମୁଲତବୀ ।
11:04 AM, 17 Dec

ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଲକ୍ଷ୍ମୀପୁର ଖେରୀ ମାମଲାରେ ଏସଆଇଟି ରିପୋର୍ଟ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ହଟାଇବା ଦାବି ଉପରେ ଆଲୋଚନା କରିବା ପାଇଁ ରାଜ୍ୟସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି ।
11:03 AM, 17 Dec

କଂଗ୍ରେସ ସାଂସଦ ଶକ୍ତି ସିଂହ ଗୋହିଲ ରାଜ୍ୟସଭାରେ ଲକ୍ଷ୍ମୀପୁର ଖେରୀ ମାମଲା ଉପରେ ଆଲୋଚନା କରିବା ସହ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ବରଖାସ୍ତ କରିବାକୁ ଦାବି କରି ମୁଲତବୀ ପ୍ରସ୍ତାବ ଦେଇଛନ୍ତି ।
3:46 PM, 16 Dec

କେନ୍ଦ୍ର ମନ୍ତ୍ରୀ ମୁଖାର୍ ଅବ୍ବାସ ନାକଭି କହିଛନ୍ତି ଯେ ସଂସଦକୁ ପରିବାରର ରାଜନୈତିକ କପଟୀର ପ୍ରୟୋଗଶାଳା ହେବାକୁ ଦିଆଯିବ ନାହିଁ ।
3:46 PM, 16 Dec

ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଚାଷୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗାଡି ଚଢାଇ ମାରି ଦିଆଯାଉଛି । SIT ରିପୋର୍ଟ ପରେ ତାଙ୍କୁ ପଦରୁ ହଟାଇ ପିତା ଏବଂ ପୁଅକୁ ଜେଲକୁ ପଠାଇବେ : ଟିଏମସି ସାଂସଦ ଡୋଲା ସେନ୍
3:43 PM, 16 Dec

ଲକ୍ଷ୍ମୀପୁର ଖେରୀ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳର ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ଡିସେମ୍ବର 17 ତାରିଖ ଦିନ ଲୋକସଭାକୁ 11 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
1:21 PM, 16 Dec

ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟିର ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଲୋକସଭାରେ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଜଣେ ଅପରାଧୀ, ସେ ଚାଷୀଙ୍କୁ ହତ୍ୟା କରିଛନ୍ତି ।
11:38 AM, 16 Dec

ଲକ୍ଷ୍ମୀପୁର ଖେରୀ ଘଟଣାରେ ବିରୋଧୀଙ୍କ ବିରୋଧ ତଥା ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ତୁରନ୍ତ ଇସ୍ତଫା ଦାବିରେ ହଟ୍ଟଗୋଳ । ରାଜ୍ୟସଭା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ।
11:15 AM, 16 Dec

ଲକ୍ଷ୍ମୀପୁର ଖେରୀ ଘଟଣାରେ ବିରୋଧୀଦଳର ବିରୋଧ ତଥା ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ତୁରନ୍ତ ଇସ୍ତଫା ଦାବିକୁ ନେଇ ହଟ୍ଟଗୋଳ ଯୋଗୁଁ ଲୋକସଭା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି ।
11:10 AM, 16 Dec

କଂଗ୍ରେସ ସାଂସଦ ମନୀଷ ତିୱାରୀ "ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡିକୁ ଦୁର୍ବଳ କରିବା ପାଇଁ ସରକାରଙ୍କ ଉଦ୍ୟମ" ଉପରେ ଆଲୋଚନା କରିବା ନେଇ ଲୋକସଭାରେ ମୁଲତବୀ ନୋଟିସ ଦେଇଛନ୍ତି ।
9:57 AM, 16 Dec

କଂଗ୍ରେସ ସାଂସଦ ମଣିକମ ଟାଗୋର ଲକ୍ଷ୍ମୀପୁର ଖେରୀ ମାମଲାରେ ଏସଆଇଟି ରିପୋର୍ଟ ଉପରେ ଆଲୋଚନା କରିବାକୁ ଦାବି କରି ଲୋକସଭାରେ ମୁଲତବୀ ନୋଟିସ ଦେଇଛନ୍ତି ।
9:56 AM, 16 Dec

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, 2019 ଉପରେ ମିଳିତ ସଂସଦୀୟ କମିଟିର ରିପୋର୍ଟ ଆଜି ସଂସଦରେ ଉପସ୍ଥାପିତ ହେବ ।
4:39 PM, 15 Dec

ଗରୁବାର ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ ମୁଲତବୀ ।
READ MORE

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Winter Session Of Parliament 2021 Live Updates
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X