ଥଣ୍ଡାରେ ଥରୁଛି ଉତ୍ତର ଭାରତ, ୨୮ ଯାଏଁ ବର୍ଷ ସମ୍ଭାବନା
ନୂଆଦିଲ୍ଲୀ : ରାଜ୍ୟରେ ବର୍ଷା ସହ ଘନ କହୁଡ଼ି ଜନ ଜୀବନ ଅସ୍ତ ବ୍ୟସ୍ତ କରି ରଖିଛି । ବର୍ଷର୍ା ପରେ ଅତ୍ୟଧିକ ଥଣ୍ଡାର ଅନୁଭୂତ ରାଜ୍ୟରେ ବଢ଼ିଛି । କେବଳ ରାଜ୍ୟ ନୁହେଁ ଦିଲ୍ଲୀ-ଏନସିଆର ସମେତ ସାରା ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହାରି ଭିତରେ ଗତକାଲି ରାତିରେ ହାଲୁକା ବର୍ଷା ହୋଇଥିବାରୁ ଥଣ୍ଡା ବଢ଼ିବାରେ ଲାଗିଛି ।
ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି ଯେ ଜାନୁଆରୀ ୨୫ ରୁ ୨୮ ପର୍ଯ୍ୟନ୍ତ ହିମାଳୟ ନିକଟବର୍ତ୍ତୀ ଅଞ୍ଚଳରେ ହାଲୁକା ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଛତିଶଗଡରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାର ସକାଳେ ଘନ କୁହୁଡ଼ି ଦିଲ୍ଲୀ-ଏନସିଆର ଦେଖିବାକୁ ମିଳିଥିଲା ।

ଆଇଏମଡି ଅନୁଯାୟୀ, ଜାନୁଆରୀ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଘନ କୁହୁଡ଼ି ରହିପାରେ । ଗୁରୁବାର ଅର୍ଥାତ୍ ଜାନୁଆରୀ ୨୫ ରେ ଦିଲ୍ଲୀରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଛି ।












Click it and Unblock the Notifications