ବୀର ଚକ୍ର ସମ୍ମାନରେ ସମ୍ମାନିତ ହେଲେ ଅଭିନନ୍ଦନ
ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ସ୍ଟ୍ରାଇକ କରି ସାରା ଦେଶରେ ଚର୍ଚାର ଶୀର୍ଷରେ ରହିଥିବା ବାୟୁସେନାର ହୀରୋ ଅଭିନନ୍ଦନ "ବୀର ଚକ୍ର"ରେ ସମ୍ମାନିତ ହୋଇଛନ୍ତି। ବାୟୁସନୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱର୍ଥମାନଙ୍କୁ 'ବୀର ଚକ୍ର' ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଭିନ୍ନ ପରିସ୍ଥିତିରେ ସାହସିକତାର ସହ ମୁକାବିଲା କରିଥିବା ଭାରତୀୟଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଭବ୍ୟ ସମାରୋହରେ ଓଡ଼ିଆ ବାୟୁସନୋ ଅଧିକାରୀ ସମ୍ମାନିତ ହୋଇଛନ୍ତି। ବାୟୁସେନାର ଭାଇସ୍ ମାର୍ସାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମଡେଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।

ଅଭିନନ୍ଦନ ର୍ବଦ୍ଧମାନଙ୍କ ପରାକାଷ୍ଠା ପ୍ରଦର୍ଶ ହୋଇଥିଲା ୨୦୧୯। ପାକିସ୍ତାନର ଯୁଦ୍ଧବିମାନ F-16 କୁ ନଷ୍ଟ କରିଥିଲେ ଅଭିନନ୍ଦନ। ମିଗ୍-୨୧ରେ ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଥିଲେ । ଏହାପରେ ସେ ପାକିସ୍ଥାନ ଅଧିକୃତ କାଶ୍ମୀର ଅଞ୍ଚଳରେ ପ୍ରବେଶ କରିବା ପରେ ପାକ ସେନା ତାଙ୍କୁ ଅଟକ ରଖିଥିଲେ। ପ୍ରାୟ ୬୦ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିଥିଲା । ଅଭିନନ୍ଦନଙ୍କ ଧୈର୍ଯ୍ୟ, ସାହସ, ପରାକ୍ରମ ଓ ଦେଶଭକ୍ତିକୁ ପୁରା ଦେଶ ସାଲ୍ୟୁଟ କରୁଥିବା ବଳେେ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ମାର୍ସଲ ହରଜିତ ସିଂ ଆରୋଡାଙ୍କୁ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ପାକିସ୍ତାନ ବାୟୁସନୋର ବିମାନ ଆକ୍ରମଣକୁ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନଙ୍କ ୟୁନିଟ୍ 51 ସ୍କ୍ୱାର୍ଡନକୁ ମଧ୍ୟ ସମ୍ମାନିତ କରାଯାଇଛି ।












Click it and Unblock the Notifications