ବିରୋଧୀ ଦଳ ନେତାଙ୍କ ବିବାଦୀୟ ବୟାନ, କହିଲେ ବିଜେପି ସରକାରକୁ ଆସିଲେ .....

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି । ସେ କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ । ଆଉ ତାଙ୍କର ଏଭଳି ବୟାନ ଏବେ ବିବାଦ ସୃଷ୍ଟି କରିଛି ।

ପଶ୍ଚିମବଙ୍ଗ ବିଧାନସଭାରେ ବାଚସ୍ପତି ବିଜେପି ବିଧାୟକଙ୍କ ସହ ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ କରି ସେ କହିଛନ୍ତି, ଗତ ୪/୫ ଦିନ ଧରି ତାମୁଲୁକ ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳରେ ହିନ୍ଦୁ ମନ୍ଦିରଗୁଡ଼ିକୁ ଆକ୍ରମଣ କରାଯିବା ସହ ମୂର୍ତ୍ତି ଭାଙ୍ଗିବା ପରି ଘଟଣା ସାମ୍‌ନାକୁ ଆସିଛି।

Suvendu Adhikari

ଏହି ଘଟଣାଗୁଡ଼ିକୁ ନେଇ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଗିରଫଦାରି ହୋଇନାହିଁ। ଟିଏମ୍‌ସିର ମୁସଲମାନ ବିଧାୟକଙ୍କ ପ୍ରରୋଚନାରେ ହିନ୍ଦୁଙ୍କ ଦୋକାନ ଉପରେ ନିଆଁ ଲଗାଯିବା ସହ ସେମାନଙ୍କୁ ଲୁଣ୍ଠନ କରାଯାଉଛି। ହିନ୍ଦୁ ବିରୋଧୀ ଆକ୍ରମଣ ଘଟଣାଗୁଡ଼ିକୁ ରାଜ୍ୟର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ପ୍ରଶ୍ରୟ ଦେଉଛନ୍ତି।

ତେଣୁ ରାଜ୍ୟରେ ଭାଜପା ସରକାର ଆସିବା ପରେ ଟିଏମ୍‌ସିର ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦିଆଯିବ। ଶୁଭେନ୍ଦୁଙ୍କର ଏହି ମନ୍ତବ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହା ଭାଜପାର ନକଲି ହିନ୍ଦୁତ୍ୱ ରାଜନୀତୀକୁ ଦର୍ଶାଉଥିବା ସେ କହିଛନ୍ତି। ପଶ୍ଚିମବଙ୍ଗର ଲୋକେ ଏପରି ରାଜନୀତିକୁ ଗ୍ରହଣ କରିବେ ନାହିଁ ବୋଲି ମମତା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+