ସମ୍ପର୍କରେ ଆସିବ କି ସୁଧାର, ଚୀନ ଉପ ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର

୫ବର୍ଷ ପରେ ଚୀନ୍‌ ଗଲେ ଭାରତୀୟ ବୈଦଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚୀନ୍ ଉପରାଷ୍ଟ୍ରପତି ହାନ୍ ଝେଙ୍ଗଙ୍କୁ ଭେଟିଛନ୍ତି। ସେ ଭାରତ-ଚୀନ୍ ସମ୍ପର୍କକୁ ପୂର୍ବଭଳି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ କରିଥିବା ଜଣାଯାଇଛି। ୨୦୨୦ ମସିହାରେ ପୂର୍ବ ଲଦାଖରେ ଥିବା ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ପରେ ଏସ. ଜୟଶଙ୍କରଙ୍କର ଚୀନକୁ ଏହା ପ୍ରଥମ ଗସ୍ତ। ତେଣୁ ଏହାକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏସ. ଜୟଶଙ୍କର ଚୀନ୍‌ରେ ଆୟୋଜିତ ହୋଇଥିବା ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବା ପାଇଁ ସେଠାକୁ ଯାଇଛନ୍ତି। ସେଠାକୁ ଯିବା ପରେ ସେ କହିଛନ୍ତି, ବର୍ତ୍ତମାନ ଭାରତ ଏବଂ ଚୀନ୍‌ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ଜରୁରୀ।

S Jaishankar
ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, "୫ବର୍ଷ ପରେ ଦୁଇ ଦେଶ ପରସ୍ପରକୁ ଭେଟିଛନ୍ତି। ଏହି ସମୟରେ ଅନ୍ତର୍ଜାତୀୟ ପରିସ୍ଥିତି ଅତ୍ୟନ୍ତ ଜଟିଳ। ଏପରି ପରିସ୍ଥିତିରେ ଭାରତ ଏବଂ ଚୀନ୍ ମଧ୍ୟରେ ଦୃଷ୍ଟିକୋଣର ଖୋଲା ଆଦାନପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ, ଚୀନ୍‌ର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଅଧ୍ୟକ୍ଷତା ସଫଳତାକୁ ସମର୍ଥନ କରୁଛି ଏବଂ ବିଶ୍ୱାସ କରୁଛି ଯେ ଗତ ଅକ୍ଟୋବରରେ କଜାନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ପରଠାରୁ ଆମର ଦ୍ୱିପାକ୍ଷିକ ସମ୍ପର୍କ ନିରନ୍ତର ସୁଧାରିବାରେ ଲାଗିଛି।"
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+