ଅଧୀର ଦେଲେ ବିବାଦୀୟ ବୟାନ, କହିଲେ ଆମକୁ ଟଙ୍କା ଦେଲେ ଆଦାନୀ-ଅମ୍ବାନୀଙ୍କ ଉପରେ....

କୋଲକତା: କିଛି ଦିନ ତଳେ ତେଲେଙ୍ଗାନାର କରିମନଗରରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ "ଅମ୍ବାନୀ-ଆଦାନୀ" ବିରୋଧରେ କହିବା କାହିଁକି ବନ୍ଦ କରି ଦେଇଛନ୍ତି ଏବଂ ବିରୋଧୀଦଳର ନେତା "କେତେ କଳା ଟଙ୍କା" ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ ପ୍ରଶ୍ନ ।

ଆଉ ମୋଦିଙ୍କର ଏହି ପ୍ରଶ୍ନରେ କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ରବିବାର ଏକ ବଡ଼ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି "ଯଦି ସେମାନେ ଟଙ୍କା ଦିଅନ୍ତି ତେବେ ଆଦାନୀ-ଅମ୍ବାନୀ ଉପରେ ଆକ୍ରମଣ ବନ୍ଦ କରିବେ" । ଅଧୀରଙ୍କ ଏହି ମନ୍ତବ୍ୟର କିଛି ସମୟ ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ଆକ୍ରମଣ କରି କହିଛି ଯେ ଦଳର କାର୍ଯ୍ୟକଳାପ "ରାଜନୈତିକ ଚୋରୀ" ଛଡା ଆଉ କିଛି ନୁହେଁ ବୋଲି ବିଜେପି କହିଛି ।

adhir ranjan chowdhury

କଂଗ୍ରେସର ଦୁର୍ନୀତିକୁ ଅଧୀର ରଂଜନ ଚୌଧୁରୀ ପ୍ରକାଶ କରୁଥିବା ଦର୍ଶାଇ ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ୩୩ ସେକେଣ୍ଡର କ୍ଷୁଦ୍ର ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳର ନେତା ଭାରତୀୟ ବ୍ୟବସାୟ ଟାଇକୁନ୍ ଉପରେ ଆକ୍ରମଣ କରୁଥିବା କଥା ଶୁଣିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+