ଆସନ୍ତା ବର୍ଷ ହଜ୍ ଯାତ୍ରା ପାଇଁ ଖୁବ୍ ଶୀଘ୍ର ଆବେଦନପତ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ସରକାର
ଆସନ୍ତା ବର୍ଷ ହଜ୍ ଯାତ୍ରା ନିମନ୍ତେ ସରକାର ଏକ ସପ୍ତାହ ମଧ୍ୟରେ ଆବେଦନପତ୍ର ଗ୍ରହଣ କରିବା ଆରମ୍ଭ କରିବେ । ଆଜି ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବେଦନକାରୀ ନିଜର ଫର୍ମ ପୂରଣ କରି ଦାଖଲ କରିବା ଲାଗି ସେ ନିବେଦନ କରିଛନ୍ତି ।

ଏହାଛଡ଼ା ନିର୍ଦ୍ଧାରିତ ସମୟ ପୂର୍ବରୁ ସାଉଦିଆରବ ସରକାରଙ୍କ ନିକଟରେ ଆବଶ୍ୟକ ଅର୍ଥ ଦାଖଲ କରିବା ନିମନ୍ତେ ଭାରତର ହଜ୍ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି । ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ହଜ୍ ଯାତ୍ରୀଙ୍କ ଯତ୍ନ ନେବା ଲାଗି ସାଥିରେ ଆଉ ଜଣେ ବ୍ୟକ୍ତିଙ୍କୁ ନେବା ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପୁରୁଷ ଏବଂ ମହିଳାଙ୍କ ଲାଗି ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତ












Click it and Unblock the Notifications