ରାଏବରେଲି ଆସନ ଛାଡ଼ିବେ କି ସୋନିଆ? କଣ ପାଇଁ ଉଠିଲା ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ମାହୋଲ ଉଷ୍ମ ରହିଥିବା ବେଳେ ତେଲେଙ୍ଗାନା କଂଗ୍ରେସ ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ କରିଛି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ସମ୍ପର୍କରେ ଏକ ସଂକଳ୍ପ ପାରିତ ହୋଇଛି । ଏହାକୁ ନେଇ ବର୍ତ୍ତମାନ ଆଲୋଚନା ହେଉଛି କି ସୋନିଆ ଗାନ୍ଧୀ ରାଏବରେଲି ଆସନ ଛାଡିପାରନ୍ତି ।

ସୋନିଆ ଗାନ୍ଧୀ ତେଲେଙ୍ଗାନାର ମେଡାକ ସିଟରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଏବେ କଳ୍ପନାଜଳ୍ପନା ଚାଲିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଛନ୍ତି । କଂଗ୍ରେସ ନେତା ମଧୁ ୟାକ୍ସି ଗୌର କହିଛନ୍ତି ଯେ ସୋନିଆ ଗାନ୍ଧୀ ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପେଇ ପ୍ରସ୍ତାବ ପାରିତ ହୋଇଛି । ଆଉ ସେ ଏଠାରୁ ନିର୍ବାଚନ ଲଢ଼ିଲେ ସମଗ୍ର ଦକ୍ଷିଣ ଭାରତରେ ଦଳ ପାଇଁ ଲାଭଦାୟକ ହେବ ।

ସୋନିଆ ଗାନ୍ଧୀ ବର୍ତ୍ତମାନ ରାଏବରେଲିର ସାଂସଦ ଅଛନ୍ତି । ରାଏବରେଲି ଆସନ କଂଗ୍ରେସର ଏକ ଗଡ଼ ପାଲଟିଛି । ଗତ ଚାରିଟି ନିର୍ବାଚନରେ ସୋନିଆ ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି । ସେ ଏଠାରେ ପ୍ରତ୍ୟେକ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି । ଏହି ଆସନ ଐତିହାସିକ ଭାବେ କେବଳ କଂଗ୍ରେସ ପାଖରେ ରହିଆସିଛି ।

sonia gandhi

ଦେଶରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥବବା ୧୭ ଟି ଲୋକସଭା ନିର୍ବାଚନରେ ୩ ଟି ନିର୍ବାଚନକୁ ଛାଡ଼ିଦେଲେ ଏହି ଆସନ ପ୍ରତ୍ୟେକ ନିର୍ବାଚନରେ କଂଗ୍ରେସ ପାଖରେ ରହିଆସିଛି । ଦେଶର ୭୨ ବର୍ଷର ନିର୍ବାଚନ ଇତିହାସରେ ଉତ୍ତରପ୍ରଦେଶର ରାଏବରେଲି ଆସନ ୬୬ ବର୍ଷ ଧରି କଂଗ୍ରେସ ପାଖରେ ରହିଛି ।
ତେଲେଙ୍ଗାନା କଂଗ୍ରେସର ପ୍ରସ୍ତାବକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଯଦିସୋନିଆ ଗାନ୍ଧୀ ରାଏବରେଲି ଆସନ ଛାଡନ୍ତି, ତେବେ ତାଙ୍କ ଝିଅ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ନିର୍ବାଚନ ଲଢ଼ିବେ କି? ଉତ୍ତରପ୍ରଦେଶ ର କଂଗ୍ରେସ ସଭାପତି ଅଜୟ ରାୟ ନିକଟରେ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ୟୁପି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ନିବେଦନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+